STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଅକ୍ଷୟ କୁମାର ବଦ୍ଧ

ଅକ୍ଷୟ କୁମାର ବଦ୍ଧ

1 min
157


ଛାରଖାର କରୁଅଛିରେ ଅଶୋକ ଉଦ୍ୟାନ

ଧରିଣ ପ୍ରଚଣ୍ଡ  ରୂପକୁ  ବୀର ହନୁମାନ,

ହାହାକାର ରାବ ଶୁଭେରେ ରାବଣ ଭୁବନ

ମାରିଲା ରାକ୍ଷସ ବୀରଙ୍କୁ ହନୁ ବଳବାନ।

ଛାରଖାର କରୁଅଛିରେ..


ଚିନ୍ତିତ ଯହିଁରେ ରାବଣ ଦେଖିଣ ଘଟଣା

ପାତ୍ର ମନ୍ତ୍ରୀଗଣ ହକାରି କରୁଛି ମନ୍ତ୍ରଣା,

କେଉଁଠୁ ଆସିଛି ବାନର ନାହିଁ ତା ଠିକଣା

ମାରୁଛି ରାକ୍ଷସ ଏହୁତ ବିଚିତ୍ର ଘଟଣା।

ଛାରଖାର କରୁଅଛିରେ..


ରାମଦୂତ ବୋଲି କହୁଛି ଲମ୍ପଟ ବାନର

ସୀତାର ସନ୍ଧାନେ ଆସିଛି ଦେଉଛି ଉତ୍ତର,

ହନୁମାନ ନାମ ବୋଲିଣ କୁହେ ଦୁରାଚାର

ବାନ୍ଧି ଆଣ ଶୀଘ୍ର ତାକୁରେ କେଉଁ ହନୁବୀର।

ଛାରଖାର କରୁଅଛିରେ..


ରାବଣର ଛୋଟ ପୁତ୍ର ସେ ଅକ୍ଷୟ କୁମାର

ଦେବତାଙ୍କ ପରି ବୀରତ୍ବ ଅଟେରେ ତାହାର

ପିତାଙ୍କୁ କହୁଛି ଭକ୍ତିରେ ଅଜ୍ଞାନୀ କୁମର

ଆଜ୍ଞାଦେଲେ ଆଣିଦେବି ମୁଁ ଉଦଣ୍ଡ ବାନର।

ଛାରଖାର କରୁଅଛିରେ..


ପିତାଙ୍କ ଆଜ୍ଞାକୁ ପାଇଣ ରାକ୍ଷସ କୁମାର

କନକମୟ ରଥରେ ବସିଣ କୁମାର

ଯୁଦ୍ଧ କରିବାକୁ ଗଲା ହୋଇଣ ଆତୁର

ପଛରେ ଅଛନ୍ତି ତାହାର ସୈନିକ ଅପାର।

ଛାରଖାର କରୁଅଛିରେ..


ଅଶୋକ ଉଦ୍ୟାନେ ଯାଇଣ କଲା ସେ ହୁଁକାର

କାଳ କି ପୁରିଲା ତୋହର ଯିବୁ ଯମପୁର,

କାହିଁ ଗଲୁରେ ତୁ ବାନର ଶୀଘ୍ର ଯୁଦ୍ଧକର

କାହିଁ ପାଇଁ ତୁହି ଲୁଚିଲୁ କିମ୍ପା ତୋର ଡ଼ର?

ଛାରଖାର କରୁଅଛୁରେ..


ରାବଣର ପୁତ୍ର ମୁହିଁରେ ତୋହର କଳରେ

କେଉଁ ରାମଦୂତ କହୁଛୁ ତୁହିତ ବାନର,

ବିରାଟ ବୃକ୍ଷକୁ ଧରିଣ ହନୁମାନ ବୀର

ପ୍ରହାର କରିଲା ନେଇଣ ଅକ୍ଷୟ ଅପର।

ଛାରଖାର କରୁଅଛୁରେ..


ବୃକ୍ଷର ପ୍ରହାରେ ତାହାର ଜୀବନ ଗଲାରେ

ସ୍ବର୍ଗରୁ ପୁଷ୍ପ ବୃଷ୍ଟି ହେଲା ମାରୁତି ଉପରେ,

ସୈନିକ ଡ଼ରରେ ପଳାଇ ତାହାର ଗଲେରେ

ଗଲା ଯମପୁର ରାକ୍ଷସ ରାବଣ ପୁତ୍ରରେ।

ଛାରଖାର କରୁଅଛୁରେ..।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract