Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tankadhar Majhi

Tragedy Inspirational Others

4.0  

Tankadhar Majhi

Tragedy Inspirational Others

ଅକ୍ସିଜେନ୍ ଓ ମହାମାରୀ

ଅକ୍ସିଜେନ୍ ଓ ମହାମାରୀ

1 min
277



ଅକ୍ସିଜେନ୍


ପ୍ରାକୃତିକ ହେଉ ଅବା କୃତ୍ରିମ

ଯାହା ବି ହେଉ...

ପ୍ରାଣ ତ ଯାଉଛି ଏହାର ଅଭାବେ !

ଜୀବନର ଅସ୍ତିତ୍ୱ ସଙ୍କଟରେ

ବିଳାପର ପ୍ରତିଧ୍ୱନି ଗୁଞ୍ଜୁଛି

ଚାରି ଦିଗ ଚାରି କାନ୍ଥ ଭିତରେ !!

ଏ ଅକ୍ସିଜେନ୍ ର ନିଅଣ୍ଟରେ

ଅଣନିସ୍ବାସୀ ହୋଇ...

ଲୋକେ ଶବ ପାଳଟି ଯାଉଛନ୍ତି !

ବିକଟ ରୂପରେ ଉତ୍ତପ୍ତ ଭୂଖଣ୍ଡ

ପ୍ରକୃତିର ସନ୍ତୁଳନ ହରାଉଛି

ବିଗାଡି ଦେଉଛି ମନୁଷ୍ୟର ଆସ୍ଥା 

ତେଣୁ ତ...

ହସପିଟାଲ୍ ରେ ଏବେ ଗୋଟିଏ ଚର୍ଚ୍ଚା 

ଅକ୍ସିଜେନ୍, ଅକ୍ସିଜେନ୍ ଅକ୍ସିଜେନ୍...

ଅନ୍ତିମ ଜୀବନରେ ଖୋଜୁଛି ମଣିଷ ।।


ମହାମାରୀ


ଛୁଇଁବାକୁ ଦେଉନି କାହାକୁ

ମାରୁଛି ସବୁ ମଣିଷର ଅହଂକାରକୁ

ଶବ ଘରକୁ ଫେରୁଛି ନା ସତ୍କାର

ଅନ୍ଧପୁଟୁଳି ଭିତରେ ଶୁଖି ଯାଉଛି ଲୁହ

କେହି...

ଛଟପଟ ବେଳେ ସହାନୁଭୂତି ଦେଇପାରୁନି

ବାଧ୍ୟ ହୋଇ ମରିଯାଉଛି ମଣିଷ ପଣିଆ

ନା କାହା ସ୍ପର୍ଶ ନା କାହା ଆତ୍ମୀୟତା

ସବୁକିଛି ଛଡେଇ ନେଉଛି ମହାମାରୀ ।

 


Rate this content
Log in

Similar oriya poem from Tragedy