STORYMIRROR

Bijoy Jena

Inspirational

3  

Bijoy Jena

Inspirational

ଅଖଣ୍ଡ ବିଶ୍ୱାସ

ଅଖଣ୍ଡ ବିଶ୍ୱାସ

1 min
191


ନୂଆକରି ଶିଶୁ  ଚାଲିବା ଶିଖିଲେ

  ମାଆ ଠାରେ ଆସ୍ଥା ରଖେ

ନିର୍ଭୟରେ ସିଏ  ପାହୁଣ୍ଡ ପକାଏ

  ଧୀରେଧୀରେ ଚାଲି ଶିଖେ।


ମନରେ ବିଶ୍ୱାସ  ଅତୁଟ ରଖିଲେ

  ଜଗନ୍ନାଥ ନିଶ୍ଚେ ସାହା

ନ ହେବା କାମଟି ସହଜରେ ହେବ

  ଧର୍ମ ପୁସ୍ତକରେ କୁହା।


ସେ ଦାରୁ ମୂରତି ଯୁକ୍ତିର ଉର୍ଦ୍ଧ୍ୱରେ

  ଆକଳନ ସୀମା ପରେ

କେବଳ ଭକ୍ତର ବିଶ୍ଵାସରେ ବନ୍ଧା

  ତର୍ଜମାଠୁ ବହୁ ଦୂରେ।


ମଣିଷର ଶ୍ରମ କୌଶଳ ପ୍ରଚେଷ୍ଟା

  ନିର୍ଦ୍ଦିଷ୍ଟ ସୀମାରେ ଥାଏ

ନିୟନ୍ତ୍ରଣ କିନ୍ତୁ  ଜଗାଙ୍କ ହାତରେ

  ପୁରୁଷାର୍ଥ ଶୋଭା ପାଏ।


ଏହି ଧାରଣାରେ ଚଳିଲେ ଜଗତେ

  ସର୍ବ ସିଦ୍ଧି ହୁଏ ଜାଣ

ଧରମ କରମ ଯାହା ଯାହା କର

  ତାଙ୍କୁ କର ସମର୍ପଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational