STORYMIRROR

Niranjan Mishra

Abstract

4  

Niranjan Mishra

Abstract

ଅକାଳେ ଅମ୍ବିକା

ଅକାଳେ ଅମ୍ବିକା

1 min
324


ଜଗତଜନନୀ ଦୁର୍ଗତିନାଶିନୀ

ଦୁର୍ଗା ଅମ୍ବିକା ପ୍ରଖ୍ୟାତା ।

ଅକାଳ ବୋଧନେ ଶ୍ରୀରାମଚନ୍ଦ୍ରଙ୍କୁ

ପ୍ରସନ୍ନ ହୋଇଲେ ମାତା ॥୧॥

ପିତୃସତ୍ୟ ପାଳି ରଘୁରାମ ଗଲେ

ଚଉଦ ବରଷ ବନ ।

ସୀତା ଲକ୍ଷ୍ମଣଙ୍କୁ ସଙ୍ଗେ ଥିଲେ ନେଇ

ସୀତା ହରିଲା ରାବଣ ॥୨॥

ରାବଣ ନିଧନ ଚିନ୍ତି ରଘୁରାଣ

ବ୍ରହ୍ମାଙ୍କ ପରାମର୍ଶରେ ।

ଦେବୀଙ୍କୁ ସନ୍ତୁଷ୍ଟ କରିବେ ଚାହିଁଲେ

ବସନ୍ତ ଋତୁ କାଳରେ ॥୩॥

ଶରତ କାଳଟି ଅକାଳ ଏକାଳେ

ଦେବେ କରନ୍ତି ଶୟନ ।

ବ୍ରହ୍ମାଙ୍କ ନିର୍ଦ୍ଦେଶେ ଶ୍ରୀରାମ ଦେବୀଙ୍କୁ

କଲେ ଅକାଳେ ବୋଧନ ॥୪॥

କନ୍ୟା ଶୁକ୍ଳ ପକ୍ଷ ଷଷ୍ଠୀରେ ଶ୍ରୀରାମ

ଅର୍ଚ୍ଚନ ଦେବୀଙ୍କୁ କଲେ ।

ବିଲ୍ୱ ବୃକ୍ଷେ ଦେବୀ କୁମାରୀ ଶାୟିତ 

ବୋଲି ଧ୍ୟାନରେ ଜାଣିଲେ ॥୫॥

ମାତା ଅମ୍ବିକାଙ୍କ ଷୋଡଶୋପଚାରେ

ପୂଜନ ଅର୍ଚ୍ଚନ କରି ।

ସପ୍ତମୀର ପୂଜା ସମାପନ କଲେ

ନିଦ୍ରାଗତା ଦେବୀ ସ୍ମରି ॥୬॥

ଅଷ୍ଟମୀର ପୂଜା ସମାପନ ଅନ୍ତେ

ଯୋଗ୍ନୀ କୋଳାହଳ କଲେ ।

ତେବେ ବି ଦେବୀଙ୍କ ନିଦ ନଭାଙ୍ଗିଲା

ଦେବୀ ନିଦ୍ରାଗତା ଥିଲେ ॥୭॥

ଅଷ୍ଟମୀ ନବମୀ ସନ୍ଧିକ୍ଷଣେ ରାମ

ଚାମୁଣ୍ଡାଙ୍କୁ ପୂଜା କଲେ ।

ଦେବୀଙ୍କୁ ଜାଗ୍ରତ କରାଇବା ଲାଗି

ତାଙ୍କୁ ନିବେଦନ କଲେ ॥୮॥

ନବମୀରେ ଦେବୀ ଅମ୍ବିକା ଜାଗ୍ରତ

କୁମାରୀ ରୂପରେ ହେଲେ ।

ଶହେ ଆଠ ନୀଳକମଳ ଦେବୀଙ୍କୁ

ରାମ ଦେବେ ମନାସିଲେ ॥୯॥

ଗୋଟିଏ କମଳ ନିଅଣ୍ଟ ହୋଇଲା

ଦେବୀ ମାୟା ଲଗାଇଲେ ।

କମଳନୟନ ଶ୍ରୀରାମ ଗୋଟିଏ

ଚକ୍ଷୁ ଉତ୍ପାଟନ କଲେ  ॥୧୦॥

ମାତା ଆବିର୍ଭୂତା ହୋଇ ବର ଦେଇ

ହୋଇଗଲେ ଅନ୍ତର୍ଦ୍ଧାନ ।

ରାବଣ ନିଧନ କରିଲେ ଶ୍ରୀରାମ

ବିଜୟା ଦଶମୀ ଦିନ ॥୧୧॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract