STORYMIRROR

Pranati Panda

Inspirational

4  

Pranati Panda

Inspirational

ଅଜ୍ଞତା ବଶ

ଅଜ୍ଞତା ବଶ

1 min
166


ପୋଡିଗଲା ତରକାରୀ ର କି ସ୍ଵାଦ ଥାଏ ?

ତୁଟି ଯାଇଥିବା ସମ୍ପର୍କ ର କି ମୂଲ୍ୟ ଥାଏ ?

ହୋଇଥାଇପାରେ ଘରେ ଅବା ବାହାରେ...

ହୋଇଥାଇପାରେ ସମ୍ପର୍କଟା ଭାଇ ବା' ଭଉଣୀର ,

ମୂରୁଛି ଦେଇଥିବା ସମ୍ପର୍କର ଡୋରିରେ !

ପୁନର୍ବାର ପୁନରାବୃତ୍ତିର ଭୟ ରହିଥାଏ.....

ପ୍ରତୀକ୍ଷାର ଅନ୍ତ କରି ପୁନଶ୍ଚ ଜୀବନ୍ୟାସ ପାଇଁ ।

ପ୍ରତ୍ୟାଖ୍ୟାନ କରେ ଲକ୍ଷାଧିକ ସନ୍ଧିର ପ୍ରସ୍ତାବ,

ପ୍ରତିଦିନ .....ଯୁଦ୍ଧ ଚାଲିଥାଏ

ପ୍ରତି ମୁହୂର୍ତ୍ତରେ ନୀରବରେ ନିଜ ସାଙ୍ଗରେ।

କେବେ ବିଷରେ କେବେ ପୁଣି ଅମୃତରେ।

ସିଏ ନିର୍ମମ ଶତ୍ରୁ ଭାଇ ବା' ଭଉଣୀର ଛଳନା ମୁଖାରେ !

ତଥାପି ବୁଝିବାକୁ ବାକି ରହିଯାଏ।

ଅପେକ୍ଷା କର !

ବସିଥିବା ପ୍ରବଞ୍ଚନାର ପିଣ୍ଡାରେ

ଶୋଇଥିବା ପ୍ରତାରଣାର ପଲଙ୍କ ଉପରୁ!

ସମ୍ପର୍କରେ ପ୍ରତୀକ୍ଷାର ଅନ୍ତ କରି କହିବି,

"ଅଜ୍ଞତା ବଶ ପାପ "ମନୋବୃତ୍ତି ଠାରୁ ପାପ ନାହିଁ କିଛି.....

ହଁ "ଅଜ୍ଞତା ବଶ" ମନୋବୃତ୍ତି ହୋଇପାରେ କ୍ଷମଣୀୟ !

ଅସ୍ତିତ୍ବର ନିବୃତ କୋଣରୁ -

ଦ୍ଵିଧାଗ୍ରସ୍ତ- ଭୀତିସିକ୍ତ ହୃଦୟ ଟି ଅପେକ୍ଷା ରତ..... 

ନିରାଟ ସତ୍ୟ ବଚନ ଫୁଟୁ-

ଜୀବନର ଉପାନ୍ତ ବେଳାରେ।

ଯନ୍ତ୍ରଣା ର ଶେଷ ନଥାଏ....

ଜୀବନର ଅନ୍ୟ ନାମ ହିଁ ' ତ ' ଯନ୍ତ୍ରଣା....

କାନ୍ଦିବା ମୁହଁରେ ଯଦି ହସିପାରେ କେହି ପ୍ରଭୁ

ସେ' ଲଭିବ ତୁମରି ଅସୀମ କରୁଣା ।




Rate this content
Log in

Similar oriya poem from Inspirational