STORYMIRROR

ସନାତନ ଦାସ

Abstract

3  

ସନାତନ ଦାସ

Abstract

ଅଜଣା

ଅଜଣା

1 min
12K

ସୀମାହିନ ଲକ୍ଷ୍ୟ ନେଇ

ଆଗେଇ ଚାଲିଛି ସେ,

ଜାଣିନି କେଉଁଠି ତାର ପାଦ ଦୁଇଟି

ନିଶ୍ଚଳ ହୋଇଯିବ

ପାପୀ ପେଟ ର କ୍ଷୁଧା ପାଇଁ


ଲକ୍ ଡାଉନ୍ ରେ ତା ଜୀବନ ଟା ବି

ଦୋକାନ ବଜାର ପରି

କାଇଁ କେତେ ଦିନୁ ବନ୍ଦ୍

ହୋଇପଡିଛ ମୁକ ପରି


ତଥାପି ହାରିନି ସେ ଆଶା,

ଗୋଡ ଦୁଇ ଟାରେ ବୋହି ଚାଲିଛି

ତା ଶରୀରର ବୋଝ


କେବେ ଥକି ବସି ପଡୁଛି,

ପୁଣି ଉଠି ଚାଲିଛି ଅନବରତ

କିଛି ପାଇବାର ଆଶାରେ

ମୁହଁରେ ଶୁଖିଲା ହସର

ଧାରେ ସମ୍ଭାବନା ର ଆହାର ପାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract