Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramakanta Behera

Romance Others

4.0  

Ramakanta Behera

Romance Others

ଅଜଣା ମଣିଷ

ଅଜଣା ମଣିଷ

1 min
167


ଅଜଣା ବାଟରେ    କେଜାଣି କାହିଁକି 

       କିଛି ଅନୁଭୂତି ଥାଏ 

ନିରୋଳାରେ ଯେବେ  ବସେ ମୁ ଏକାକୀ 

      ସେ ସବୁକୁ ଭାବିନିଏ        ||


ନାଆ ଟା ଜାଣିନି     ଠିକଣା ବୁଝିନି 

     କେମିତିକା ଲାଗେ ସିଏ 

ଚୁପ ରହି ସିଏ      ସବୁ କହିଯାଏ 

     ଆଖି ତାର କଥା କହେ       ||


ଚିନ୍ହା ଚିନ୍ହା ପରି      ମନେହୁଏ ସିଏ 

     କେବେ ତାକୁ ମୁ ଦେଖିନି 

ଆଖିରେ ଆଖିରେ    ହପୁସା ହପୁସି

      ଆଜି ଯାଏ ଭୁଲି ପାରୁନି      ||


କେମିତି କେଜାଣି    ଦେଖାହେଲା ସିଏ 

    ଏକା ଏକା ନିରୋଳାରେ 

ଭୁଲି ମୁ ପାରୁନି     ତାର ସେଇ ହସ 

    ହୃଦୟ ହାଣିବା ଆଖିରେ       ||


ସମ୍ମୋହନ କଲା    ମୋତେ ସିଏ ବୋଧେ 

     କ୍ଷଣିକର ସେଇ ଭେଟରେ 

ଭୁଲିମୁ ପାରୁନି     ସେଇ ଦିନର ସେ

     ଅଜଣା ମଣିଷ ଭେଟରେ      ||


Rate this content
Log in

Similar oriya poem from Romance