Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Action Inspirational Others

4  

Jayashree Maharana

Action Inspirational Others

ଅଜଣା ଆତଙ୍କ

ଅଜଣା ଆତଙ୍କ

1 min
174


ସମଗ୍ର ବିଶ୍ୱରେ ଅଜଣା ଆତଙ୍କ

ଦେଖାଉଛି ତା'ର ଠାଣି

ବରତିବା ବାବୁ ନୁହଁଇ ସହଜ

ହେଉ ଅବା ରାଜା ରାଣୀ ।


କରୋନା ବଇରୀ ଲୁଟିନେଇଅଛି

ସୁଖ ଶାନ୍ତି ଜୀବନରୁ

ଧନ ପ୍ରତିପତ୍ତି ଅଲୋଡ଼ା ସାଜିଛି

ସ୍ୱାର୍ଥପର ସମାଜରୁ ।


ଧନୀ କି ଗରିବ କରେନା ପ୍ରଭେଦ

ମହାମାରୀ କରି ଗ୍ରାସ

ଅସାବଧାନତା ପ୍ରଭାବ ବିସ୍ତାରି

ଜୀବନ କରୁଛି ନାଶ ।


ମୋହମାୟା ଜାଲ ଛିଣ୍ଡାଇ ଦେଉଛି

ତାହାରି କରାଳ ରୂପ

ଆତ୍ମୀୟ ବି ଏଠି ଅଚିହ୍ନା ସାଜନ୍ତି

ଭାଗ୍ୟର ଅସହ୍ୟ କୋପ ।


ପ୍ରତି ମୁହୂର୍ତ୍ତରେ ଆଶା ଅଶଙ୍କାରେ

ଜୀବନ ଲାଗୁଛି ତୁଚ୍ଛ

ଈଶ୍ୱର ବିଶ୍ୱାସ ହୋଇଲାଣି ଶେଷ

ଅସ୍ତିତ୍ୱ କି ଅବା ମିଛ ?


ଲୁଚି ରହିଅଛି ମଣିଷ ସମାଜ

ଗୃହବନ୍ଦୀ ଉପାୟରେ

ବୈଜ୍ଞାନିକ ଜ୍ଞାନ କଉଶଳ ଯେତେ

ପରଖୁଛି ସ୍ୱଜ୍ଞାନରେ ।


ମୃତ୍ୟୁର ଖେଳରେ ମଣିଷ ହାରୁଛି

କରୋନା କହୁଛି ଗର୍ବେ

ହିଂସା,ଲୋଭ ମୋହ,ଗର୍ବ ,ଅହଂକାର

ମନରୁ ହଟାଓ ସର୍ବେ ।


କେହି ନୁହେଁ କା'ର ମିଥ୍ୟା ଏ ସଂସାର

ଅଳିକ ଜୀବନ କାୟା

ସୁଖ ଅନ୍ୱେଷଣେ ଭୁଲନାହିଁ ଶାନ୍ତି

ତୁଟାଇ ଦିଅ ସେ ମାୟା ।


ଭାଗ୍ୟ ଭଗବାନ ତୋ ଜୀବନ ସ୍ରଷ୍ଟା

ବିଶ୍ୱାସକୁ କର ଶକ୍ତ

ପାପ ଆଚରଣ କୁଚିନ୍ତନ ଠାରୁ

ଆତମାକୁ କର ମୁକ୍ତ ।


ଅଜଣା ଆତଙ୍କ ବିଭୀଷିକା ଦୃଶ୍ୟ

ଶ୍ରେଷ୍ଠତ୍ଵକୁ କରେ ନିନ୍ଦା

ସରଳ ଜୀବନ ଯାପନ କରିଲେ

ଦୁଃଖ ହେବ ମନୁ ବିଦା ।



Rate this content
Log in

Similar oriya poem from Action