STORYMIRROR

Reeta aparajeeta Mohanty

Romance

2  

Reeta aparajeeta Mohanty

Romance

ଅଜବ ସ୍ୱପ୍ନ - ରୀତା ଅପରାଜିତl

ଅଜବ ସ୍ୱପ୍ନ - ରୀତା ଅପରାଜିତl

1 min
435

ତୁମେ ଜାଣିଛ କି

ମୋର କଣ ହେଇଛି ଆଜିକାଲି .........?

ଯେବେଠୁ ତୁମେ ବିଦେଶରେ

ମୋ ଠୁ ବହୁତ ଦୂରରେ

ସେବେଠୁ ଏତେ ଭୟ ଲାଗେ କାହିଁକି କେଜାଣି .....?

କେତେ କେତେ ଅଦ୍ଭୁତ ଖିଆଲ ଆସେ

ଅନେକ ଅଜବ ସ୍ୱପ୍ନ ମତେ ଘେରିଯାଏ

ମୁଁ ବାଉଳି ଚାଉଳି ହୁଏ

ମନରେ ଅନେକ ଦୁଶ୍ଚିନ୍ତା ଘାରେ।

କି ଅଜବ ସ୍ୱପ୍ନ ଦେଖେ

ଅପରିଚିତ ଅଜଣା ଜାଗାରେ

ନିଜକୁ ଏକା ପାଏ

ଭୟରେ ବାଉଳି ଉଠିଲେ

ନିଜ ବିଛଣାରେ ନିଜକୁ ପାଏ।

ସେତେବେଳେ ମୁଁ ପ୍ରାର୍ଥନା କରେ

ଭଗବାନ ଙ୍କୁ ମନେ କରେ

ସେ କୁହଁନ୍ତି ତୋ ଦୁଃଖ ରେ ତୋ ସୁଖରେ

ମୁଁ ଅଛି ତୋ ପାଖରେ ବୃଥା ଭୟ କଣ ପାଇଁ ,.......?

ମୋ ମୁହଁ ପୁଣି ହସ ଖେଳେ

ତୁମ ସହ ନୂଆ ସମ୍ଭlବନl ବିଭୋର ହେଇ ମୁଁ ଶୋଇପଡେ

ନିଶ୍ଚିତ ନିଦରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance