ଅଜାଙ୍କ ସିନେମା ଦେଖା
ଅଜାଙ୍କ ସିନେମା ଦେଖା
ଅଜା ବାହାରିଲେ ସିନେମା ଦେଖି,
ବଙ୍କୁଲି ବାଡିକୁ କାଖରେ ଜାକି।
ଧୋବ ଫରଫର ଧୋତିକୁ ପିନ୍ଧି,
ଘରୁ ବାହାରିଲେ ପଗଡି ବାନ୍ଧି।
ପାଟିରେ ପୁରାଇ ମସଲା ପାନ,
କହିଲେ ଆଈଙ୍କୁ ହୋଇ ପ୍ରସନ୍ନ।
ଚାଲ ଯିବା ଆମେ ସିନେମା ଘର,
ବିଳମ୍ବ କରନି ହୁଅ ତତ୍ପର।
ବହୁ ଦିନ ପରେ ହୋଇଛି ମନ,
ଖାଇବାକୁ ଟିକେ ଖୋଲା ପବନ।
ସିନେମା ଘରେ ଯେ ପଡିଛି ତାଲା,
ମହାମାରୀ ପାଇଁ ହୋଇନି ଖୋଲା।
ଜାଣି ଅଜା ଆମ ହୋଇଲେ ଦୁଃଖୀ,
ଚାଲ ଫେରିଯିବା ଆସଗୋ ସଖୀ।
ଅନୁଶାସନରେ ଆମେ ରହିବା,
କରୋନା ଦାଉରୁ ରକ୍ଷା ପାଇବା।