STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଅଵିଵେକୀ ମନ

ଅଵିଵେକୀ ମନ

1 min
3.2K

ମିଛ ଦୁନିଆର

ଅନ୍ଧକାର ଭଲଲାଗେ ଅଵିଵେକୀକୁ

ସ୍ୱାର୍ଥ ଲାଗି

ମଣିଷ ହୋଇ ମଣିଷକୁ କରେ ଘୃଣା

ହୁଏ ନୀଚମନା

କରେ ନିନ୍ଦା ଆଉ ଅପମାନିତ

ପୁଣି ସାଜେ ଅପରାଧୀ

ହତ୍ୟାକରି ନିରୀହ ପ୍ରାଣ

ଭୁଲି ସବୁଯାକ ପୁରୁଣା ସ୍ମୃତି

ଚୁନା କରେ ମଧୁର ସମ୍ପର୍କ

ଲୋଭୀ ହୋଇ

ବିନା ଦ୍ଵିଧାରେ ଛିଣ୍ଡାଏ

ବିଶ୍ୱାସ ହୃଦୟର

ହୁଏ ବିଶ୍ୱାସ ଘାତକ

ତା ପାଇଁ ବଡ଼ ତା ହସ

ସେଥିପାଇଁ କନ୍ଦାଇପାରେ ସାରା ସଂସାର

ଉଜାଡ଼ି ଦେଇପାରେ ସୁନାସପନ

ଧ୍ଵଂସ କରିପାରେ ସମାଜ

ଆଉ ଦେଶ

ହୋଇ ଦେଶଦ୍ରୋହୀ

ସାଜେ କାପୁରୁଷ ପଳାତକ

ଲୁଟିନେଇ ଧନ ଓ ଜୀବନ ମାତୃଭୂମିର

ମଣିଷ ହୋଇ

ପାଲଟିଯାଏ ନରରାକ୍ଷସ

କରି ସୃଷ୍ଟିର ବିନାଶ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract