Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଅହଂକାର

ଅହଂକାର

1 min
252


        

ତ୍ରେତୟାଯୁଗରେ ଭାଇ ବିଶ୍ରବାର ବଳା l

   ଛପନ ଗଣ୍ଡା ଯୁଗକୁ ଆୟୁ ଲଭି ଥିଲା ll

କୁବେରଙ୍କ ଠାରୁ ହରି ପୁଷ୍ପକ ବିମାନ l

    ମନୋମତ କରୁଥିଲା ତ୍ରିପୁର ଭ୍ରମଣ ll

ସରଗକୁ ବାନ୍ଧି ଦେବ ସୁବର୍ଣ୍ଣର ସିଢ଼ି l

 ଦେବ ଗନ୍ଧର୍ବ ହାରିଲେ ତା ସଙ୍ଗତେ ଲଢ଼ି ll

ମଦମତ୍ତେ ଦିନେ କିନ୍ତୁ ରାମରାମା ହରି l

  ଅଳ୍ପାୟୁଷେ ନାଶଗଲା ଗର୍ବି ଅହଙ୍କାରୀ ll

ଅହଙ୍କାରୀ ଦୁର୍ଯ୍ୟୋଧନ ଗାନ୍ଧାରୀ ନନ୍ଦନ l

  ଶେଷେ କଲା ଯାଇ ରକ୍ତନଦୀ ସନ୍ତରଣ ll

ଅତିଦର୍ପେ ସତ୍ୟଯୁଗେ ଦୈତ୍ୟରାଜ ବଳି l

   ତିନି ପାଦ ଭୂମି ଦାନେ ପାତାଳକୁ ଚଳି ll

କଥା ଅଛି ଅତି ଦର୍ପେ ସ୍ୱର୍ଣ୍ଣଲଙ୍କା ଜଳି l

 ସବଂଶେ ମରିଲା ଦୁଯା ପାତାଳରେ ବଳି ll

ଅହଙ୍କାର ଠାରୁ ବଳି ଶତ୍ରୁ କେହି ନାହିଁ l

 ଗୀତାରେ କୃଷ୍ଣ ଅର୍ଜୁନେ କହିଲେ ବୁଝାଇ ll

ଅହଙ୍କାର ତେଜ ଭାଇ ଗୀତାବାଣୀ ହେଜ l

  ଜୟ ରାମ ! ଜୟ କୃଷ୍ଣ ! ଜଗନ୍ନାଥ ଭଜ ll

       


Rate this content
Log in

Similar oriya poem from Inspirational