Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Inspirational

3  

KRUTIBAS NAYAK

Inspirational

ଅହଂକାର

ଅହଂକାର

1 min
10



ଆମେରିକା କହେ-ଆମେ ବିତ୍ତଶାଳୀ-ଆମ ସରି କେହି ନାହିଁ,

ଅସ୍ତ୍ର-ଶସ୍ତ୍ର ବୋମା ବିଜ୍ଞାନ ରହିଛି-ବିରାଟ ଭୂ-ଖଣ୍ଡ ଏହି |


ଜାପାନ କହୁଛି- ଆମେ କାରିଗର-ବୁଦ୍ଧିମାନ ସ୍ୱାଭିମାନୀ,

ଦ୍ୱୀପଟିଏ ସିନା କଳା-କଉଶଳେ-ବିଖ୍ୟାତ ଆମେ ଜାପାନୀ |


ଚାଇନା କହୁଛି- କୂଟ କପଟରେ-ବଳୀୟାର ଅଛି ମୁହିଁ,

ସବୁ କରିପାରୁ କାହାକୁ ମାନୁନା-ପ୍ରଚୀନ ସଭ୍ୟତା କହି |


ଆରବ ଦେଶର ଅମୀର କହନ୍ତି ଆମ ବଳ ତେଲ ଖଣି,

ସାରା ସଂସାରକୁ ତେଲ ବଦଳରେ ନେଇପାରୁ ଆମେ କିଣି |


ପାକିସ୍ତାନ କହେ-ଆମ ହାତେ ଅଛି-ଆତଙ୍କବାଦୀର ବଳ,

ଖାଇବାକୁ ପଛେ ନ ଥାଉ ଦେଶରେ-ଖେଳୁ ରକ୍ତ ହୋଲିଖେଳ |


ଜର୍ମାନ କହୁଛି- ବିଜ୍ଞାନ ବଳରେ- ସବୁଠୁ ଆଗୁଆ ଆମେ,

ଇଟାଲୀ କହୁଛି- ଆମର ଐତିହ୍ୟ-ଆକାଶ ବକ୍ଷକୁ ଚୁମେ |


ରୁଷିଆ କହୁଛି-ପରମାଣୁ ବୋମା-ମହାକାଶ ବିଦ୍ୟା ଜଣା,

ଆମ ସହିତ ଯେ ଲଢ଼ିବ ନିଶ୍ଚୟ-ହେଇଯିବ ବାଟବଣା |


ଫ୍ରାନ୍ସ କହୁଛି- ଆମେ ବି କାହାଠୁଁ-କେଉଁଗୁଣେ ନୁହେଁ ନ୍ୟୁନ,

ବିଦ୍ୟାବୁଦ୍ଧି ବଳେ ଶତୃର ଗର୍ବକୁ-କରିପାରୁ ଆମେ ଚୂର୍ଣ୍ଣ |


ଇଂଲଣ୍ଡ କହୁଛି- ବିଶ୍ୱ ବିଜୟୀ ମୁଁ-ଥିଲି ଦିନେ ଜଗତରେ,

ବାସନା ଗଲେ ବି କନା ତ ପଡ଼ିଛି-ଆମ ଭାଷା ରାଜକରେ |


ଆଫ୍ରିକା କହୁଛି ସୁନାଖଣି ଅଛି ସମ୍ପଦରେ ଭରପୁର,

ଦେହରେ ଆମର ସାହସ ଶକତି କାହାକୁ ନଥାଏ ଡର |


ଭାରତ କହୁଛି- ଆମେ ବଳବାନ-ଆଧ୍ୟାତ୍ମିକ ଶକ୍ତି ବଳେ,

ସୁନାଫଳେ ଏଠି ଆଲୋକ ବର୍ତ୍ତିକା-ଏଇ ଭବ ଭୂମିତଳେ |


କରୋନା ଆସିଲା କହିଲା ଭାଙ୍ଗିବି-ଆଜି ତୁମ ଅହଂକାର,

ଅଦୃଶ୍ୟ ଶକ୍ତି ମୁଁ ସାରା ଜଗତକୁ-କରିପାରେ ନାରଖାର |



Rate this content
Log in

Similar oriya poem from Inspirational