ଅହଂକାର ମାରେ ମଣିଷ ପଣିଆ
ଅହଂକାର ମାରେ ମଣିଷ ପଣିଆ
ଦାମୀ ଆଭୂଷଣ ପିନ୍ଧିଲେ କି ହେବ
ହୃଦୟଟା ଯଦି କଳୁଷ ମୟ
ବାହ୍ୟ ସୁନ୍ଦରତା କରେନି ସୁନ୍ଦର
ସ୍ୱଚ୍ଛ କର ଆଗ ନିଜ ହୃଦୟ ।
ଲକ୍ଷେ ହୃଦୟରେ ବାସ କରିବାକୁ
ଯଦି ଇଛା ରଖି ଅଛ ମନରେ
ଅହଂକାର ତେଜ ନିଜ ହୃଦୟରୁ
ସମସ୍ତଙ୍କୁ ବାନ୍ଧ ସ୍ନେହ ରଜ୍ଜୁରେ ।
ଅହଂକାର ମାରେ ମଣିଷ ପଣିଆ
ପାପ ପଙ୍କେ ବୁଡ଼େ ଯେ ଅହଙ୍କାରୀ
ଭୁଲ ଠିକ କିଛି ବୁଝି ପାରେ ନାହିଁ
ନିର୍ଦ୍ୱନ୍ଦରେ ସାଜେ ସେ ବ୍ୟଭିଚାରି ।
ଶତ୍ରୁ ହେଲେବି ତା ଅମଙ୍ଗଳ ଚିନ୍ତା
କରନାହିଁ ତୁମ ମନରେ କେବେ
କରନାହିଁ ସ୍ନେହ ଆଦର, ମମତା
ସ୍ୱାର୍ଥ ରଖି ତୁମ ମନରେ ଲବେ ।
କର୍ତ୍ତବ୍ୟରେ କେବେ କରନାହିଁ ହେଳା
ପ୍ରତିଦାନେ ଆଶା ରଖନା ଜମା
ଅଜାଣତେ ଯିଏ କରିଅଛି ଭୁଲ
ନିଜ ଗୁଣେ ତାକୁ କରିବ କ୍ଷମା ।
ଦୁନିଆ କୁ ଦେଖି ବଦଳନି ତୁମେ
ଦୁନିଆ ବଦଳୁ ତୁମକୁ ଦେଖି
ନିଜେ ଭଲ ଥିଲେ ଦୁନିଆଟା ଭଲ
ନିଜକୁ ଟିକିଏ ନିଅ ପରଖି ।