STORYMIRROR

Prasanta Kumar Behera

Abstract

2  

Prasanta Kumar Behera

Abstract

ଅହଲ୍ୟା.............

ଅହଲ୍ୟା.............

1 min
383

ଅଭିଶାପ ମୋତେ 

ଦିଅ ହେ ଗୌତମ

ମୁଁ ପଥର ପାଲଟି ଯାଏ 

ଲକ୍ଷ ବରଷ 

ଜମାଟ କୋହରେ

ମୋ ପାପ ପଖାଳୁଁ ଥାଏ


ତମେ ତ ନଥିଲ

ଉଦ୍ୟାନ କୁଟୀରେ

ମୁଁ ଫୁଟିଥିଲି କାହା ପାଇଁ

କାହିଁକି ଗୋ ମୁହିଁ

ପାଖୁଡା ମୁଦି

ପତ୍ର ଉହାଡେ ନଗଲି ଶୋଇ


ବୁଝିଥାନ୍ତି ଯଦି

ମୋର ଫୁଲତନୁ

ଖାଲି ତମ ଅନୁରାଗ ପାଇଁ

ତମେ ଗଲାପରେ

ଭ୍ରମି କି ଥାଆନ୍ତି

ରୂପ ଗରବିଣୀ ହୋଇ


ପୁରୁଷ ସେ ଇନ୍ଦ୍ର 

ରୂପଖେଳା ଦେଖି

ଫୁଲ ଶରେ ଘାରିହୁଏ 

ପତଂଗର ଧର୍ମ

ଡେଇଁ ସେ ପଡିବ

ଶିକ୍ଷା ଯଦି ଜଳୁଥାଏ


ଅଭିଶାପ ମୋତେ 

ଦିଅ ହେ ଗୌତମ

ମୁଁ ପଥର ପାଲଟି ଯାଏ 

ଲକ୍ଷ ବରଷ 

ଜମାଟ କୋହରେ

ମୋ ପାପ ପଖାଳୁଁ ଥାଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract