ଅହଲ୍ୟା.............
ଅହଲ୍ୟା.............
ଅଭିଶାପ ମୋତେ
ଦିଅ ହେ ଗୌତମ
ମୁଁ ପଥର ପାଲଟି ଯାଏ
ଲକ୍ଷ ବରଷ
ଜମାଟ କୋହରେ
ମୋ ପାପ ପଖାଳୁଁ ଥାଏ
ତମେ ତ ନଥିଲ
ଉଦ୍ୟାନ କୁଟୀରେ
ମୁଁ ଫୁଟିଥିଲି କାହା ପାଇଁ
କାହିଁକି ଗୋ ମୁହିଁ
ପାଖୁଡା ମୁଦି
ପତ୍ର ଉହାଡେ ନଗଲି ଶୋଇ
ବୁଝିଥାନ୍ତି ଯଦି
ମୋର ଫୁଲତନୁ
ଖାଲି ତମ ଅନୁରାଗ ପାଇଁ
ତମେ ଗଲାପରେ
ଭ୍ରମି କି ଥାଆନ୍ତି
ରୂପ ଗରବିଣୀ ହୋଇ
ପୁରୁଷ ସେ ଇନ୍ଦ୍ର
ରୂପଖେଳା ଦେଖି
ଫୁଲ ଶରେ ଘାରିହୁଏ
ପତଂଗର ଧର୍ମ
ଡେଇଁ ସେ ପଡିବ
ଶିକ୍ଷା ଯଦି ଜଳୁଥାଏ
ଅଭିଶାପ ମୋତେ
ଦିଅ ହେ ଗୌତମ
ମୁଁ ପଥର ପାଲଟି ଯାଏ
ଲକ୍ଷ ବରଷ
ଜମାଟ କୋହରେ
ମୋ ପାପ ପଖାଳୁଁ ଥାଏ
