ଅହିଂସାର ସନ୍ଥ
ଅହିଂସାର ସନ୍ଥ
ଆଜିର ଏହି ଜଡବାଦୀ ହିଂସ୍ର ଦୁନିଆରେ
ସୁଖ ପଛେ ଧାଇଁ ନର ସଢୁଛି ଦୁଃଖରେ||
ନିଜ ସୁଖପାଇଁ ସିଏ ଆଚରେ ଯେ ହିଂସା
ହିଂସା ହୋଇଣ ସବାର ବୁଡାଉଛି ହଂସା||
ନିଜକୁ ଗଢିବା ପାଇଁ ଏ ଦୁନିଆର ସର୍ବୋଚ୍ଚ
ଅନ୍ୟ ଦେହେ ରୋଗ ଭରି କରେତାକୁ ନିଚ୍ଚ||
ଆଜିର ଏ ସନ୍ଦିକ୍ଷଣେ ଗାନ୍ଧିଜୀଙ୍କ କଥା
ମନେ ପଡେ ତାଙ୍କର ସେ ଅହିଂସାର ଗାଥା||
କେହି ଭାବିପାରିବନି ରକ୍ତ ମାଂସର ମଣିଷ
ହୋଇପାରେ ଏତେ ଧୈର୍ଯ୍ୟବାନ ଶାନ୍ତକାନ୍ତ ଅହିଂସ||
ଗାନ୍ଧିଜୀ କହିଲେ ଜଣେ ରକ୍ତ ମାଂସ ଧାରୀ ନର
ଗାନ୍ଧୀ କହିଲେ ବୁଝାଏ ଏକ ନୂଆ ଦର୍ଶନର||
କେହି କ'ଣ କେବେ ହେଲେ ସ୍ବପ୍ନେ ଚିନ୍ତା କରିପାରେ
ପ୍ରବଳ ପରାକ୍ରମୀ ବ୍ରିଟିଶଠାରୁ ମିଳିପାରେ!
ଗାନ୍ଧିଜୀ କିନ୍ତୁ ପୂର୍ଣ୍ଣଛେଦ ଟାଣିଥିଲେ ଏ କଥାରେ
ସ୍ବାଧୀନତା ଆଣି ବିନା ଖଡ୍ଗ ବିନା ଢାଲରେ ||
ସାବରମତୀର ଅହିଂସାର ସନ୍ଥ ଏ ଜାତିର ପିତା
ପ୍ରତିଷ୍ଠା କରିଛନ୍ତି ସତ୍ୟ ଶାନ୍ତି ଅହିଂସା ସଂହିତା ||
ଭଗବତ୍ ଗୀତା ବାଇବେଲ ନିଉ ଟେଷ୍ଚାମେଣ୍ଟରେ
ସବୁଠି ବର୍ଣ୍ଣିତ ହିଂସାର କାରଣ ନିବାରଣ ବିଷୟରେ||
ଗୀତା କହେ 'ବିଷୟ'ର ଚିନ୍ତନରୁ 'ସଙ୍ଗ' ଜନ୍ମିଥାଏ
'ସଙ୍ଗ'ରୁ 'କାମନା' ପୁଣି 'କାମନା'ରୁ 'କ୍ରୋଧ' ଜାତ ହୁଏ|
'କ୍ରୋଧ'ରୁ 'ସମ୍ମୋହ' ପୁଣି 'ସମ୍ମୋହ'ରୁ 'ସ୍ମୃତିଭ୍ରମ' ହୁଏ
'ସ୍ମୃତିଭ୍ରମ'ରୁ 'ବୁଦ୍ଧିନାଶ' ପୁଣି ବୁଦ୍ଧିନାଶରୁ ମଣିଷର ନାଶ ହୁଏ||
କେହି ଜଣେ ଯଦି ଲୁଗା ମାଗଇ କୁରୁତାବି ଦେଇଦିଅ
ବାମ ଗାଲେ କେହି ଚାପୁଡା ମାରିଲେ ଡାହାଣ ଦେଖେଇଦିଅ||
କ୍ରୋଧକୁ କ୍ରୋଧରେ ଜିଣି ହୁଏ ନାହିଁ ଶାନ୍ତି ବଳେ ଜିଣିହୁଏ
ହିଂସାକୁ ଜିଣିବା ଦରକାର ହେଲେ ଅହିଂସ ହେବାକୁ ହୁଏ||
ସତ୍ୟ ନୁହଇ ପରମାଣୁ ବୋମାଠୁ ତିଳେ କମ୍ କେଉଁ ଗୁଣରେ
ସତ୍ୟର ସାମନା କରିବା ଶକତି ନାହିଁ ଏ ବିଶ୍ବ ମଣ୍ଡଳେ ନାହିଁ||
ଏହି ନୀତି ଅଟେ ଗାନ୍ଧୀବାଦର ସତ୍ୟ ଅହିଂସାର ମନ୍ତ୍ର
ସାରା ପୃଥିବୀରେ ଶାନ୍ତି ପ୍ରତିଷ୍ଠାର ଏହା ଅଟେ ମୂଳ ମନ୍ତ୍ର ||
