STORYMIRROR

Rama chandra Pradhan

Inspirational

4  

Rama chandra Pradhan

Inspirational

ଅହିଂସା

ଅହିଂସା

1 min
414


ହିଂସାକୁ ଆଡେଇ ଅହିଂସା ପଥରେ 

   ଚାଲ ଭାଇ ସର୍ବେ ଯିବା 

ଅହିଂସା ବ୍ରତରେ ବ୍ରତୀ ହୋଇ ଆମେ 

   ଭଲ ମଣିଷଟେ ହେବା । 

ହିଂସାର ଅଳନ୍ଧୁ ପୋଛି ଦେବା ଚାଲ 

   ଅହିଂସା ରଙ୍ଗକୁ ବୋଳି 

ସୁନାର ଭାରତ ଗଢିବାରେ ଆମେ 

   ଅହିଂସା ପ୍ରଦୀପ ଜାଳି । 

ଏ ଜୀବନ ଆମ ଅଢେଇ ଦିନିଆ

    ଆଜି ଅଛି କାଲି ନାଇଁ 

ବୃଥା ହିଂସା କରି କି ' ଲାଭ ପାଇବା 

   ଏ ପରା ଗାନ୍ଧୀଙ୍କ ଭୂଇଁ । 

ଗର୍ବ ଅହଂକାର ହିଂସା ଦ୍ୱେଷ ଭାବ 

   ଜମା ଭଲ ନୁହେଁ ଭାଇ 

ଅହିଂସା ଧର୍ମକୁ ଆଦର କରିଲେ 

   ଏ ହିଂସା ଯିବ ଉଭେଇ ।

ତେବେ ଆସ ଭାଇ ସର୍ବେ ମିଳିମିଶି 

   ଅହିଂସା ମନ୍ତ୍ର ଗାଇବା 

ସଂକଳ୍ପ ମନରେ ହାତେ ହାତ ଛନ୍ଦି 

   ଅହିଂସା ଧର୍ମ ପାଳିବା । 


  


Rate this content
Log in

Similar oriya poem from Inspirational