STORYMIRROR

kahnu charan sahu

Abstract

4  

kahnu charan sahu

Abstract

ଅହିଂସା

ଅହିଂସା

1 min
230

ସତ୍ୟର ପୂଜାରୀ ଅହିଂସା ପ୍ରଚାରି

ଲଢ଼ିଲ ଫିରଙ୍ଗୀ ସାଥେ

ଅନ୍ୟାୟ ବିରୁଦ୍ଧେ ଉଠାଇଲ ସ୍ୱର

ହିଂସା ଜର୍ଜରିତ ପଥେ ।


ଶିଖାଇ ଦେଲ ହେ ଅହିଂସାର ନୀତି

ରାମରାଜ୍ୟ ଗଢିବାକୁ

ତୁମେ ଗଲାପରେ ହିଂସାରାଜ୍ୟ ଏଠି

ଆସଥରେ ଦେଖିବାକୁ ।


ଅହିଂସା ପାଇଁ ଦିନେ ସ୍ୱାଧୀନ ହେଲା

ଫିରଙ୍ଗୀ ହାତରୁ ଦେଶ

ବିଜୟର ସ୍ୱାଦ ଚାଖିଲା ଭାରତ

ହୃଦୟରୁ ବର୍ଜି କ୍ଳେଶ ।


ଅହିଂସାର ଦେଶେ ହିଂସାର ତାଣ୍ଡବ

ଅହରହ ଚାଲୁଥାଏ

ଭାଇଭାଇ ଏଠି ରକତ ବୁହାନ୍ତି

ହିଂସା, କ୍ରୋଧ ହୃଦେଥାଏ ।


ପବିତ୍ର ସମ୍ପର୍କ ରକ୍ତ ଅଭିଷେକ

କରୁଥାଏ ହିଂସା ପଥେ

ବିଶ୍ୱ ଭାତୃତ୍ବର ମନ୍ତ୍ରକୁ ଭୁଲିଣ

ହୋଲିଖେଳେ ରକ୍ତସାଥେ ।


ଯେଉଁ ଦେଶ କୀର୍ତ୍ତି ଥିଲା ଇତିହାସେ

ଅହିଂସାର ଦେଶ ବୋଲି

ଅହିଂସାର ଗୀତି ଗାନ କରି ହୃଦେ

ଖାଇଥିଲା ବକ୍ଷେ ଗୁଳି ।


ନାରୀର ସମ୍ମାନ ଥିଲା ତାର ଧର୍ମ

ଆଜିଯେ ପିଉଛି ରକ୍ତ

ଅତ୍ୟାଚାରୀ ଆଜି ଧର୍ଷଣ କରୁଛି 

କାମନାର ହୋଇ ଭକ୍ତ ।


ଆହେ ପୂଜ୍ୟ ବାପୁ ଜନ୍ମ ନିଅ ପୁଣି

ଗଢିବାକୁ ରାମରାଜ୍ୟ

ପାପୀ ଅତ୍ୟାଚାର ଦେଖି ତା ବର୍ବର

ତରଳି ଯାଉଛି ଧର୍ଯ୍ୟ ।।



Rate this content
Log in

Similar oriya poem from Abstract