STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଅଗଷ୍ଟ ପନ୍ଦର

ଅଗଷ୍ଟ ପନ୍ଦର

1 min
15K



ପ୍ରଶାନ୍ତକୁମାର ଦାଶ


ଆସ ମେଳି ହେଇ ଉଡ଼ାଇବା ଆମେ

ଜାତୀୟ ପତାକା ଆମ

ରଖିବା ଗରବ ଗଉରବ ଯଶ

ଆମରି ଦେଶର ନାମ।

ଏ ଦେଶ ମାଟିର ବିଶାଳ ବୁକୁରେ

ଢାଳି ଲହୁ ଲୁହ ଧାର

କେତେ ବୀରର ଦେଇଥିଲେ ଶିର

କଳନା ନାହିଁ ତ ତାର।

ବରଷକ ପରେ ଅଗଷ୍ଟ ପନ୍ଦର

ଅଟେରେ ମହାନ ଦିନ

ଗାଇ ଜୟଗୀତି ପାଳିବା ତାହାକୁ

ସଭିଏଁ ଲଗାଇ ମନ।

ପାଇ ଅପମାନ ଗୋରା ଆମଦେଶୁ

ତାଙ୍କ ଦେଶ ଗଲେ ଫେରି

ଫରଫର ହେଇ ଉଡ଼ିଲା ପତାକା

ବାଜିଲା ବାଇଦ ଭେରୀ।

ଗାନ୍ଧି ଗୋପବନ୍ଧୁ ସୁଭାଷ ନେହେରୁ

ଅହିଂସା ଲଢେଇ କରି

ଦେଇଥିଲେ ସେ ତ ସ୍ଵାଧୀନତା ସୁଖ

ଫେରିଥିଲା ଦେଶ ଅରି।

ହସି ଉଠୁଚିରେ ଆମ ଏଇ ଦେଶ

ସ୍ଵାଧୀନତା ତାର ପାଇ

ନାଚୁଚି ଆମରି ପୁଲକେ ପରାଣ

ଜାତୀୟ ସଂଗୀତ ଗାଇ।

ଜାତୀୟ ପତାକା ତଳେ ରହି ଆସ

ସଭିଏଁ ଶପଥ ନେବା

ଦୁଃଖ ତଡ଼ି ଦେଶୁ ଭୋକିଲା ପେଟରେ

ଆହାର ମୁଠାଏ ଦେବା।

ଅଗଷ୍ଟ ପନ୍ଦର ଏ ଦେଶ ଜାତିର

ଅଭୁଲା ଦିବସ ଏକ

ଉଡ଼ାଇ ପତାକା ଗାଇ ଜୟର

ରଖିବା ଦେଶର ଟେକ ।


Rate this content
Log in

Similar oriya poem from Classics