ଅଗ୍ରପୂଜ୍ୟ ହେଇଗଲୁ
ଅଗ୍ରପୂଜ୍ୟ ହେଇଗଲୁ
ଗଜାନନ ଦିନେ ମାତା ଙ୍କୁ ପୁଛନ୍ତି
ମୁଁ ଅଗ୍ରପୂଜ୍ୟ କାହିଁକି
କୋଟି କୋଟି ଦେବା ଦେବୀ ଥାଉ ଥାଉ
ଏହା ଅନ୍ୟାୟ ନୁହେଁକି, ।
ପିତା ରହିଛନ୍ତୁ ମାତା ରହିଛନ୍ତି
ବ୍ରହ୍ମା ବିଷ୍ଣୁ ପୁଣି ଅଛନ୍ତି
ମୋହଠାରୁ ବଡ଼ ଶକ୍ତି ବି ଅଛନ୍ତି
ଅଗ୍ରପୂଜ୍ୟ କିଆଁ ନୁହଁନ୍ତି, ।
ମାଆ,,ବୁଝାଇ କୁହନ୍ତି,
ଜନ୍ମ ବୃତାନ୍ତ କୁ ମାଆ ବୁଝାଇଲେ
ଅତୀତର ସବୁ କଥା
କହିଲେ ତୋ ପିତା ଯୁଦ୍ଧରେ ହାରି
କାଟି ଦେଲେ ତୋର ମଥା ।
ଯେବେ ଜାଣିଦେଲେ ତୁ ପୁଅ ବୋଲି
ଗଜ ମୁଣ୍ଡ କାଟି ଆଣିଲେ
ତୋ ଶରୀର ରେ ସ୍ଥାପନ କରିଣ
ବ୍ରହ୍ମା ଜୀବନ୍ୟାସ ଅର୍ପିଲେ ।
ବିଷ୍ଣୁ ଙ୍କ ସ୍ପର୍ଶରେ ଜୀବନ ପାଇଲୁ
ଫେରି ଆସିଲୁ ମୋ କୋଳରେ
ବ୍ରହ୍ମା ବିଷ୍ଣୁ ମହେଶ୍ବର ଙ୍କ ବର ବଳେ
ଅଗ୍ରଜ ହୋଇଲୁ ସଂସାରେ ।
ସଂସାରରେ ଅଛି ଯେତେ ଯେତେ ଜ୍ଞାନ
ସବୁଜ୍ଞାନ ତୁ ପାଇଲୁ
ଜ୍ଞାନର ଭଣ୍ଡାର ତୋ ପାଖେ ରହିଲା
ଅଗ୍ରପୂଜା ହୋଇଗଲୁ ।