STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ଅଦୃଶ୍ୟ ଯୁଦ୍ଧ

ଅଦୃଶ୍ୟ ଯୁଦ୍ଧ

1 min
11.7K

 ବିନା ଯୁଦ୍ଧରେ ସନ୍ଧି

 ଆଉ ବିନା ଅପରାଧରେ ଗୃହ ବନ୍ଦୀ

 ଜୀବନ ଜିଇଁବାର ଅନୁଭୂତି

 ଯେ କେତେ ହିନସ୍ଥା 

 କେବଳ ଜାଣେ ଅନୁଭବୀ


ଗୁଳିଟିଏ ବି ଫୁଟି ନାହିଁ

କିନ୍ତୁ ହୋଇଗଲା ବିଶ୍ଵଯୁଦ୍ଧ

ରଥୀ ମହାରଥୀ ନିରସ୍ତ୍ର ପରାସ୍ତ

ମହାଶକ୍ତିର ଧ୍ବଜା ଅବଦମିତ 

ଅହମିକା ଚୁରମାର ଧୂଳିସାତ


କୋଟି କୋଟି ଜୀବନ ଭୀତତ୍ରସ୍ତ

ସୁଖର ସଂସାର ବିପର୍ଯ୍ୟସ୍ତ 

ହାଃ ଅନ୍ନର କରୁଣ ଚିତ୍କାର

ରାଜନୀତିର ଘୃଣିତ ପଶାପାଲିରେ 

ଚାଲିଛି ଖେଳ ବଞ୍ଚିବାର  


ଧୂମିଳ ଆକାଶ ତଳେ

ବିପନ୍ନ ମଣିଷଙ୍କ ମେଳ 

ଜୀବନ ଟା ଏଠି ଗୌଣ

ଜୀବିକା କଥା କିଆଁ ପଚାର 

ଗରିବର ଭାଗ୍ଯରେ ତ ଚିରକାଳ

ଅନ୍ଧାର ହିଁ ଅନ୍ଧାର


ଯୁଦ୍ଧରେ ଅବା ଶାନ୍ତିରେ

ଗରିବକୁ ଲଢିବାକୁ ପଡ଼େ

ସଦା ନିଜ ଭାଗ୍ୟ ସହ

ବଞ୍ଚିବା ପାଇଁ ଏ ମହୀରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational