STORYMIRROR

Sanjya Tripathy

Classics

3  

Sanjya Tripathy

Classics

ଅଦୃଶ୍ୟ ଉନ୍ମୀଳନ

ଅଦୃଶ୍ୟ ଉନ୍ମୀଳନ

1 min
250


ଆପୀୟ ଅତୀତର ମୋହନ ବଂଶୀ ନରେ ।

ବିମର୍ଷ ବର୍ତ୍ତମାନର ସନ୍ଦିତ ସୀତାରରେ

ଭାନୁମତୀ ଭବିଷ୍ୟତର ନିବଣିତ ନୂପୁର ଛନ୍ଦରେ

ପରିଦୃଷ୍ଟ ହୁଏ ସୁଶୀଳତାର ନୂଆତରଙ୍ଗ

ଜାଗଭୂକ ଇତିହାସର ପରିବତିତ ପୃଷ୍ଠଭୂମିରେ

ମୌଳବାଦୀ ଉଦ୍‌ଗୀରଣ

ପରିମାର୍ଜିତ ଉପସ୍ଥାପନ ଶୈଳୀରେ

ଆତଙ୍କବାଦୀ ଶିହରଣ

ଉପଳ ଖଣ୍ଡର ଆତ୍ମଗାଥାରେ

ସନ୍ତ୍ରାସବାଦୀ ସୁଲିଙ୍ଗ

ଶସ୍ୟ ଶ୍ୟମଳା ସବୁଜ ଘାସ ଗାଲିଚାରେ

ବିଭ୍ରାନ୍ତି କରଣର କାଯ୍ୟକ୍ରମ

ଅଲୋଡା ଆତିଥ୍ୟର ଅନ୍ତରାଳେ

ସଦିଚ୍ଛାର ସନ୍ଦେଶ

ମରୁଭୂମିର ଶୀତଳତାରେ

ସୁଷମ ସୁଳଭ ଶ୍ରମଦାନ

ସ୍ଵାଧୀନତାର ସତନ୍ଦ୍ର ପ୍ରହରୀର ପଦକରେ

ଆଗାମୀ କ୍ଷଣର ସୁନେଲି ସପନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics