Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyajit Swain

Romance

5.0  

Satyajit Swain

Romance

ଅଦୃଶ୍ୟ ବନ୍ଧନ

ଅଦୃଶ୍ୟ ବନ୍ଧନ

1 min
121



କୁହୁଳା ହୃଦୟୁ ଉଠୁଥିବ ମୋର 

ଟିକିଏ ଟିକିଏ ଧୂଆଁ 

ପ୍ରେମ ରାଇଜରେ ବିରହୀଟିଏ ମୁଁ', 

ସାଜିଥିବି ନୂଆ ନୂଆ ॥


ଆଖିର ସପନ ହଜିସାରିଥିବ 

ଲୁହ ଯାଉଥିବ ବହି 

ବିରହୀ ମନର ଯେତେକ ବେଦନା, 

ପାରୁନଥିବି ମୁଁ' କହି ॥


ତୁମେ ବସିଥିବ ଆକାଶକୁ ଚାହିଁ 

ପକ୍ଷହୀନ ପକ୍ଷୀ ପରି 

ଉଡ଼ିବାର ଆଶା ମଉଳିବା ପରେ, 

ଆଖି ଯାଉଥିବ ଭରି ॥


ତଥାପି ରହିବା ଆମେ ଦୁହେଁ ଏଠି 

ଅଦୃଶ୍ୟ ବନ୍ଧନେ ବାନ୍ଧି 

ପ୍ରେମ ଆଗେ ଏଠି ଚଳିପାରିବନି, 

କାହାର ଫିକରଫନ୍ଦି ॥



Rate this content
Log in

Similar oriya poem from Romance