ଅଦିନିଆ ସେ ବର୍ଷା
ଅଦିନିଆ ସେ ବର୍ଷା
ଅଦିନିଆ ବର୍ଷା ହୋଇଥିଲା,
ସେହିଦିନଯେଉଁଦିନ ଆମେ ଦୁହେଁ,
ହୋଇଥିଲେ ପାଖାପାଖିଆଖି
ସାଥେ ମିଶୁଥିଲା ଆଖି
ପାଖରେ ନ ଥିଲା ଛତା ,
ଯଦିଓ ଓଠ ଥିଲା ନିରବହୃଦୟ ଆମର
କହୁଥିଲା କିଛି କଥାଭାଙ୍ଗି ଦେଇ
ଶତାବ୍ଦୀର ନିରବତା ।।
ବୋଧହୁଏ ସିଏ ବି ଚାହୁଁଥିଲା
ଏହା ଚାହୁଁଥିଲେ ଆମେ ଦୁହେଁ
ଯାହା ସେଥିପାଇଁ ତ ଖୁସି ହୋଇ ,
ଢାଳୁଥିଲା ଆଶୀର୍ବାଦ ବର୍ଷା ।।
ଭିଜୁଥିଲେ ଦୁହେଁ ସାଜି ପ୍ରେମ ପକ୍ଷୀ
ମିଳନର ଆଦ୍ୟ ଆଷାଢ଼ରେ ବିଜୁଳି ଚମକକୁ
ତିଳେ ଖାତିର ନ କରି ।।
ପ୍ରଥମ ଥର ପାଇଁ ଜୀବନରେ ,
ଭୁଲିଯାଇଥିଲି ବୋଉ କଥା,
ଯିଏ କହୁଥିଲା ସବୁବେଳେ ,
ବର୍ଷାରେ ଭିଜିବା ତୋତେ ମନା
ହୋଇଯିବ ବୋଲି ଜ୍ୱର ଥଣ୍ଡା ।।

