Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

GAGAN KUMAR DASH

Romance

4  

GAGAN KUMAR DASH

Romance

ଅଦିନିଆ ଋତୁ ଚକ୍ର ତଳେ

ଅଦିନିଆ ଋତୁ ଚକ୍ର ତଳେ

1 min
161



ଶୀତ

ତୁମେ ଆସିବ ବୋଲି

ଖବର ତ ଦେଇନ

ହଠାତ୍ ଆସି

ମୋ ହୃଦୟରେ ‌

କର କରାଘାତ ।


ହେ ବିରହୀ ଶୀତ

ଖୋଲାଅଛି ମୋ ନିଭୃତ କକ୍ଷ

ମୋ ପ୍ରତିଟି ସ୍ନାୟୁରେ

ତୁମ ଶୀତଳତାର ଅନୁଭବ

ମୋ ରେଜେଇ ଓ କମ୍ବଳରେ

ତୁମେ ବୋଝେଇ ହୋଇଯାଅ

ଅମାନିଆ ଝଡଟିଏ ପରି ।


ମୁଁ ବିପର୍ଯ୍ୟସ୍ତ

ଅସ୍ତବ୍ୟସ୍ତ ହୋଇପଡିଛି

ମୋ ମନର ଗହନ ବନରେ

ଗ୍ରୀଷ୍ମପ୍ରବାହ ରେ 

ବନାଗ୍ନି ଭଲି ଜଳି ଯାଏ

ମୋର ସମସ୍ତ ଶରୀର

ଏ ଅଦିନିଆ ଋତୁ ଚକ୍ର ତଳେ ।




Rate this content
Log in

Similar oriya poem from Romance