Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4.5  

Jagannath Barik

Inspirational

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
991


ଏପ୍ରିଲ ମାସରେ  କେବେ ଥରେ ଥରେ

   ହୁଏ ଅଦିନିଆ ବର୍ଷା

ଆକସ୍ମିକ ବର୍ଷା  ଆଣଇ ଦୁର୍ଦ୍ଦଶା

  କଷ୍ଟ ଭୋଗିଥାଏ ଚଷା |


ନିଦାଘ ଋତୁରେ  ଆକାଶ ବୁକୁରେ

  ଧଳା କାଦମ୍ବିନୀ ଖେଳ 

ସହସା ପ୍ରକାଶ୍ୟ  ଦାମିନୀ ସହାସ୍ୟ

   ଧୂମାଳ ବାରିଦ ମେଳ |


ତୀବ୍ର ପ୍ରଭଞ୍ଜନ  ଦମ୍ଭୋଳି ଗର୍ଜନ

   ଭୀଷଣ କରକା ପାତ

ଭାଙ୍ଗେ କଚାଘର ଲୋଟେ ତରୁବର

   ଇଟା ଭାତି ଧୂଳିସାତ |


ଉଡ଼ିଯାଏ ଚାଳ  ଭାସେ ଅନ୍ନ ଥାଳ

   ସହସା ସାଜେ ପ୍ରଳୟ 

ବିରି ମୁଗ ରାଶି  ସୋରିଷ ଅଳସୀ

   ଶସ୍ୟରାଜିର ବିଲୟ |


ବସା ଶୁଖା ଧାନ ଜାଳ କାଠମାନ

   ବର୍ଷା ଜଳେ ହୁଏ ଆର୍ଦ୍ର

ଆତଙ୍କ ଖେଳାଏ ଯିଏ ଯହିଁ ଥାଏ

   ଦୈବ ସାଧିଥାଏ ବାଦ |


ସନ୍ତାପିତ ଧରା  ବରଷା ଅସରା

   ପାଇ ହୁଏ ବାସ୍ନାୟିତ

ବାଷ୍ପ ବିନିର୍ଗତ  ଉଷ୍ମ ବାତାବର୍ତ୍ତ

   କରେ ପ୍ରାଣ ଆମୋଦିତ |


ବଜ୍ର ବିଦ୍ୟୁତର ଦୃଶ୍ୟ ଭୟଙ୍କର

   ହୁଏ କାର ପ୍ରାଣପାତ

କ୍ଷତି ଛଡ଼ା ଲାଭ  ନାହିଁ ଏଥି ଭାବ

  ଏ ପ୍ରାକୃତିକ ବିତ୍ପାତ |


ହଠାତ ଆସଇ ମୁଷଳେ ବର୍ଷଇ

   ନଥାଏ କାହା ଆୟତ୍ତ

ଆଶ୍ରୟ କେବଳ ଅଟେ ଛାତ ତଳ

   ସହାୟ ଦେବ ଅନନ୍ତ ।


Rate this content
Log in

Similar oriya poem from Inspirational