🌹ଅଦିନ ଶ୍ରାବଣ 🌹
🌹ଅଦିନ ଶ୍ରାବଣ 🌹
ପ୍ରେମର ପୂରବୀ ଝଙ୍କାର ଗାନେ
ଝରାଏ ଶ୍ରାବଣ ପାଣି l
ନିଃ ସଙ୍ଗ ଜୀବନେ ଲୁହର ଶ୍ରାବଣ
ଝରେ ନୟନୁ ଉଜାଣି l
ଆଜି ପ୍ରିୟା ତୁମେ କା ପ୍ରେମ ଶ୍ରାବଣେ
ଭିଜୁଅଛ ଆନନ୍ଦରେ l
ଶ୍ରାବଣ ର ମେଘ ମୋ ପାଇଁ ଯନ୍ତ୍ରଣା
ମନେ ଭୟ ଜାତ କରେ l
ଝିପି ଝିପି ବର୍ଷା ଟପ ଟପ ପାଣି
ଶ୍ରାବଣର ମାୟା ଜାଲ l
ଚଂଚଳା ଚମକ ଦିଶେ ତୁମ ମୁଖ
ମନକୁ ଉଦ୍ ବେଗ କଲ l
ଆନକ ଶବଦ ନୁପୁର ପରାୟ
ଶୁଭେ ବାତାୟନ ପାଶ l
ଶ୍ରାବଣ ରଜନୀ ମୋ ପାଇଁ ସ୍ବପନ
ଲଭିବାରେ ତୁମ ସ୍ପର୍ଶ l
ଝୁରି ମୁଁ ହୁଅଇ ଶ୍ରାବଣ ରଜନୀ
ପ୍ରେମରେ ଭିଜିବି ସାଥେ l
ନିଝୁମ ବରଷା ଅନ୍ଧକାର ନିଶା
ଭୟ ଜାତ କରେ ଚିତ୍ତେ l
ଫେରିବନି ତୁମେ ଜାଣି ପ୍ରିୟତ୍ତମା
ପୁଣି କାହିଁ ହୁଏ ଝୁରି l
ସତେକି ଆସିଛ ମୋର ଦ୍ୱାର ଦେଶେ
ଅଦିନ ଶ୍ରାବଣ ପରି l
