STORYMIRROR

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ଅଧ୍ଯୟନ ଓ ଅଧ୍ଯବସାୟ

ଅଧ୍ଯୟନ ଓ ଅଧ୍ଯବସାୟ

1 min
197

ଅଧ୍ଯୟନ ଆଉ ଅଧ୍ଯବସାୟରେ

ମିଳିଥାଏ ସଫଳତା

ଅଧ୍ଯୟନ ବଳେ ଜନେ ଅରହେଳେ 

ହୁଅନ୍ତି ଜଗତ ଜିତା ।


ଅସୀମ ଜ୍ଞାନର ଅଟେ ଗନ୍ତାଘର

ବିଦ୍ଯା ଓ ପୁସ୍ତକ ଜାଣ

ଆସ ଆମ୍ଭେ ସର୍ବେ ମନ ଦେଇ ଏବେ

କରିବା ବିଦ୍ଯାଧ୍ଯୟନ  ।


ଅଜଣା ଅଟେ ଯା ପଢିବା ଜାଣିବା

ଭବିଷ୍ଯତକୁ ଗଢିବା

ଆବିଷ୍କାର କରି ସୁ ତଥ୍ଯ ଆହରି

ଆସ ଯଶ ରଖି ଯିବା ।


ଅଧ୍ଯବସାୟରେ ଲାଗିଲେ ଅଚିରେ

ପ୍ରାପତ ହୁଅଇ ସିଦ୍ଧି

ଆସ ହେ ସକଳ କାଢି କଉଶଳ

ବଢାଇ ଯିବା ସମୃଦ୍ଧି ।


Rate this content
Log in

Similar oriya poem from Action