STORYMIRROR

Sangita Mishra Satapathy

Romance

3  

Sangita Mishra Satapathy

Romance

ଅଧୁରା ସ୍ବପ୍ନ

ଅଧୁରା ସ୍ବପ୍ନ

1 min
275


ଝୁମି ଝୁମି ଦିନେ ନୀଳ କଇଁ

ସପନ ତ ଦେଖିଲା

ଦୂର ଆକାଶର ଜହ୍ନ 

ତା ପାଶେ ଆସି ବସିଲା।

ଛୁପି ଛୁପି ଧୀରେ ଧୀରେ ଆସି

ଲାଜ ଓଢଣୀ ତା ଖୋଲିଲା

ଲାଜେ ଲାଜେ ନୀଳ କଇଁ 

ଆଖି ପତା ମୁଦିଲା

କଅଁଳ ତା ଓଠ ପରେ 

ମିଠା ଚୁମ୍ବନ ତ ଆଙ୍କିଲା

ଚୁପି ଚୁପି ଆସି ତା କାନେ

ଭଲ ପାଏ ବୋଲି କହିଲା

ସରମେ ସରମି ଯାଇ 

ସରମି ଲତା ହସିଲାଘ

ସପନ ତାର ଭାଙ୍ଗିଲା

ସପନ ଅଧୁରା ରହିଲା

ବୀରହ ଗୀତି ଗାଇଲା

ଯୁଗ ଯୁଗ ପ୍ରତୀକ୍ଷା କରିଲା

ମିଛେମିଛେ ହସି ବଞ୍ଚିଲା

ଯେତେ ଦୂରେ ପ୍ରିୟତମ

ତୁମ ପାଶେ ମୋର ମନ

ଶାଶ୍ବତ ଆମ ପ୍ରେମ

ଜହ୍ନ କଇଁର କଇଁ ବି ଜହ୍ନର 

ଜନ୍ମଜନ୍ମ ଅନନ୍ତ ଜନ୍ମର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance