STORYMIRROR

sasmita tripathy

Romance Tragedy

3  

sasmita tripathy

Romance Tragedy

ଅଧୁରା ସ୍ୱପ୍ନ

ଅଧୁରା ସ୍ୱପ୍ନ

1 min
351

ତୁମେ ମୋର ସେହି ଅଧୁରା ସପନ 

ପାରେନା ତୁମକୁ ଭୁଲି

ଶୟନେ ସପନେ ଅବା ଜାଗରଣେ 

ହୃଦୟକୁ ଜାଳ ଖାଲି 


ଶରତର ଏକ ସୁନେଲି ସନ୍ଧ୍ୟାରେ 

ମନ ଅଗଣାରେ ଦିନେ 

ପାଦ ଚାପି ଚାପି ପାଦ ଥାପି ଥିଲ 

ଗୋପନରେ ଅଛି ମନେ


ଦିପଦ କଥାରେ କି କିମିଆ କଲ

ଜାଣି ମୁଁ ପାରିଲି ନାହିଁ

ଛୁଇଁ ଗଲ ତୁମେ କଥାରେ କଥାରେ

ହୃଦୟ ହାରିଲି ମୁହିଁ


ଯେଉଁ ହୃଦୟକୁ ସାଇତି ଥିଲି ମୁଁ

ସାତ ସିନ୍ଦୁକ ଭିତରେ 

ଆଖି ପଲକରେ ଚୋରାଇଲ ତୁମେ

ହାରିଲି ତୁମ ପାଖରେ


ଫଗୁଣର ଫଗୁ ଦେଇ ଥିଲ ବୋଳି

ମନରେ ଦେହରେ ମୋର

କେଜାଣି କିଏ ସେ ଭସା ବାଦଲକୁ 

ଦେଲା ଯେ ଏହି ଖବର


ଧୋଇ ଦେଲା ରଙ୍ଗ ଚୋରାଇଲା ସ୍ୱପ୍ନ 

ବାଦଲ ସାଜି ଶ୍ରାବଣ

ମଧୁମାସରେ ବି ବହିଲା ଵୈଶାଖି 

ଶୁଖି ଗଲା ତରୁ ପ୍ରାଣ 


ସୁନେଲି ସପନ ଆଶା ମରିଚିକା

ସାଜିଛି ମୋ ପାଇଁ ଆଜି

ନବ ଉଦ୍ଦୀପନା ଦିଗ ଦିଗନ୍ତରୁ 

ପାରୁନି ଆଉ ମୁଁ ଖୋଜି 


କୁଢ଼ କୁଢ଼ ସ୍ମୃତି ବକ୍ଷରେ ମୋହର

ବାନ୍ଧି ରହି ଅଛି ବସା

ଦୁନିଆ ଆଖିରେ ଧୂଳି ଧୂସର ମୁଁ

କଳଙ୍କିତ ଲୋକହସା


ତୁମେ ପ୍ରିୟ ମୋର ଅଧୁରା ସପନ

ଯାଇଛ ଆଖିରେ ଲାଖି

ଦୁନିଆ ଟା ଆଜି ଅଚିହ୍ନା ଅଜଣା

କାହାକୁ ଖୋଜେନା ଆଖି


ସେ ସପନ ଆଜି ସ୍ମୃତିଟିଏ ସାଜି 

ହସାଏ କନ୍ଦାଏ କେତେ 

ହେଲେ ସେବେ ଠାରୁ ଲାଗେ ଭାରି ଡର 

ସ୍ୱପ୍ନ ଦେଖିବାକୁ ମୋତେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance