Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

subrat kumar jena

Romance Others

2  

subrat kumar jena

Romance Others

ଅଧୁରା ପଂକ୍ତିର ଅଭିପ୍ରାୟ

ଅଧୁରା ପଂକ୍ତିର ଅଭିପ୍ରାୟ

1 min
2.7K


ଦେଖାଇବାକୁ କେହି ଜଣେ ହୃଦୟହିନାକୁ,

ଦେଇଥିବା ଯନ୍ତ୍ରଣା ସବୁକୁ ବିରହରେ.

ଆଉ କିଛି ଦେଖାଇଥିବା ଅଧୁରା ସ୍ଵପ୍ନକୁ,

ଚୁନା ଚୁନା ତାରାଫୁଲ ଭରା ଜୋଛନା ଅଗଣାରେ.

ମୁଁ ଜାଣେ ଏ କେବେବି ହୋଇ ପାରିବନି ଶିରୋନାମା,

କେଉଁ ନାମୀ ଦାମୀ ଖବର କାଗଜ ପୃଷ୍ଠରେ.

ତଥାପି ଦେଖିବ କାଳେ ମୋତେ କେବେ ଦିନେ ସେହି,

ଏଣେ ତେଣେ ପଡିଥିବା ଅଳିଆ କାଗଜ ଭାବରେ.

ଏ ପଂକ୍ତିର ଇଛା ନାହିଁ ଆଉ ଆଗଭଳି ଦେଖାଇବାକୁ,

ଗୋଲାପୀ ଗୋଲାପୀ ସ୍ୟାହିର କଳା କୃତିରେ.

ଦେଖିସାରିଛି ଏ ଢେର ସାରା କଳା ଧଳା ନାଟକ,

ପ୍ରିୟାର ବିଶ୍ୱାସ ଅବିଶ୍ୱାସ ଭରା ଜୀବନ ରଙ୍ଗ ମଞ୍ଚରେ.

ବହୁବାର ଉତରା ପବନ ଆସି ଲେଉଟାଇଛି ପୃଷ୍ଠାକୁ,

ହେଲେ ଭରିପାରିନି ଧୂଳି ଧୂଳା ବାକିତକ ସାଧା ବକ୍ଷରେ.

ସେଥି ଲାଗି ପରା ଏ ଆଜି ପୁଣି ଉଦ୍ୟତ,

ଦେଖାଇବାକୁ ଦରଦ ପ୍ରେୟସିକୁ ଅନେକ ଦିନର ବ୍ୟବଧାନରେ.


Rate this content
Log in

Similar oriya poem from Romance