ଅଧୁରା କାହାଣୀ
ଅଧୁରା କାହାଣୀ
କିଛି ରହିଗଲା କାହାଣୀ ମନ
ଅଧୁରା ସପନ ହୋଇ,
କିଛି କାହାଣୀର ଚିତ୍ର କଳ୍ପ ଆଜି
ଗଲାଣି ଲୁହରେ ଧୋଇ ।
ସମୟ ସୁଅରେ ଜୀବନର ରଙ୍ଗ
ଦିଶିଲାଣି ଧୀରେ ଫିକା,
କିଛି ସ୍ମୃତି ଆଉ ପ୍ରୀତିର ପାଖୁଡା
ହୃଦୟରେ ଆଜି ଲେଖା ।
ଜୀବନଟା ଗୋଟେ ବଉଦର ଛାଇ
ଏବେ ଅଛି ଏବେ ନାହିଁ,
ଯେମିତି ଯୌବନ ଫୁଲର ପାଖୁଡା
ଅଳିକ ସମୟ ପାଇଁ ।
ସମୟ ମଞ୍ଚରେ ମଞ୍ଚସ୍ତ ନାଟକ
ହିଂସା ର ଗଣିତ ବହି,
ସେ ବହିର ଯେତେ ଅଡ଼ୁଆ ହିସାବ
କିଏବା ପାରିଛି ସହି ।
କିଛି କିଛି ସ୍ମୃତି ସପନରେ ଆସେ
ଆଉ କିଛି ଥାଏ ହଜି ,
ହଜିଲା ସ୍ମୃତିକୁ ଖୋଜୁ ଖୋଜୁ ଏଠି
ସପନ ଟା ଯାଏ ଭାଜି ।
