STORYMIRROR

Er.Sasanka Sekhar Panda

Abstract

2  

Er.Sasanka Sekhar Panda

Abstract

ଅଧୁରା କାହାଣୀ

ଅଧୁରା କାହାଣୀ

1 min
2.9K

ଅଧୁରା ରହିଲା ଜୀବନ କାହାଣୀ

କେମିତି ଲେଖିବି କୁହ

ଶେଯପରେ ଚାହିଁ ରାତି ବିତିଯାଏ

ତୁମେ ଖାଲି ଦିଶୁଥାଅ,

ପୋଡ଼ି ଯାଏ ମନ ସାଇତା ସପନ

ଦୁଃଖ ଦରିଆର କୂଳେ

ଦିଶେ ପାଦ ଚିହ୍ନ ଦାଣ୍ଡ ଅଗଣାରେ

ଆଖି ଖାଲି ଲୁହ ଢାଳେ,

ଯାତନାରେ ବୋଳା ଟୁକୁରା ହୃଦୟ

ନିଜ ଶବ କରେ ଦାହ

ଅଧୁରା ରହିଲା ଜୀବନ କାହାଣୀ

କେମିତି ଲେଖିବି କୁହ

ଦିଶୁଥାଏ ମୁହଁ ଯେଉଁଠିକୁ ଚାହେଁ

ସତେବା ହୋଇଛ ଠିଆ

କୋମଳ କଣ୍ଠରେ ଡାକ ଛାଡ଼ୁଅଛ

ଆ ମୋ ପାଖକୁ ଆ,

ଭଙ୍ଗା କୁଟୀରରେ ବିଛୁଡ଼ି ପଡ଼ିଛି

ସେନେହଁର ସୁତା ଖିଅ

ଅଧୁରା ରହିଲା ଜୀବନ କାହାଣୀ

କେମିତି ଲେଖିବି କୁହ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract