Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Kumar Nayak

Abstract Tragedy Others

3  

Santosh Kumar Nayak

Abstract Tragedy Others

ଅଧସ୍ତନ କର୍ମଚାରୀ

ଅଧସ୍ତନ କର୍ମଚାରୀ

1 min
214



କେତେବେଳେ ମୁଁ ହଜିଯାଏ

ଟାଇପ୍ ମେସିନ୍‌ ର ଧଡ୍ ଧଡ୍ 

ଶବ୍ଦ ଭିତରେ,

ତ କେତେବେଳେ 

ମୋ ଅସ୍ତିତ୍ବ ଲୁଚି ଯାଏ

ବିଡା ବିଡା ଫାଇଲ୍ ଭିତରେ ।

ଆଯାଚିତ ଛୁଟିମାନ

କ୍ୟାଲେଣ୍ଡର ପୃଷ୍ଠାରୁ ବାହାରି

ମୋ ଚାରିପାଖେ ଘୁରି ବୁଲନ୍ତି,

ହେଲେ ଆବଶ୍ୟକ ବେଳେ

ସେମାନଙ୍କୁ ମୁଁ ଧରି ପାଏନା ।

ମୋର ଅଫିସ୍ ଯିବା ସମୟ

ପୂର୍ବ ନିର୍ଦ୍ଧାରିତ,

ହେଲେ ମୋର ଫେରିବା ସମୟ 

ଫାଇଲ୍ ନିର୍ଦ୍ଧାରଣ କରେ ।

ହୃଦୟ ଆବେଗକୁ ଲୁଚେଇ ଲୁଚେଇ

ମୁଁ ହସେ

ମଜା ଲାଗୁ ନଥିବା ମଜକଥା ଶୁଣି,

ମୁଁ ବଞ୍ଚେ

ବଦଳିର ଭୟ ନେଇ,

ଆଉ ନାଚେ

କାଠ କଣ୍ଢେଇଟିଏ ପରି ।

ଜଲଦି ଜଲଦି କାମ ସାରି ଫେରୁ ଫେରୁ

ପକ୍ଷୀ ଫେରି ଯାଇଥାଏ ତା ନୀଡ଼କୁ,

ସୂର୍ଯ୍ୟ ଲୁଚି ଯାଇଥାଏ

ଲଣ୍ଡା ପାହାଡ଼ର ପାଶ୍ଚାତ ଭାଗରେ ,

ଆଉ ମୋର କଅଁଳା ଛୁଆଟା

ଚକୋଲେଟ୍ ପାଇବାର ଆଶାକୁ ସ୍ବପ୍ନ ସଜେଇ

ଶୋଇ ଯାଇଥାଏ ତା ମାଆର କୋଳରେ ।

ରବିବାରର‌ ଅପେକ୍ଷାରେ

ମୋର ଦିନ ମାନ କଟେ,

ଆଉ ସୋମବାର ସକାଳଟା

ମୋ ପାଇଁ ନେଇ ଆସେ

ଢେର୍ ସାରା କାମର ପସରା ।

ନିତି ନିତି ମୁଁ ଦୌଡ଼େ

କର୍ମ ଜଞ୍ଜାଳ ପଛରେ,

ଆଉ ଅବସର ପରେ 

ମୋତେ ଦୌଡ଼ିବାକୁ ପଡେ

ଏ ଅଫିସରୁ ସେ ଅଫିସକୁ ।




Rate this content
Log in

Similar oriya poem from Abstract