STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଅଧିକାର

ଅଧିକାର

1 min
11.6K

ସବୁଠାରେ ତ ସାବ୍ୟସ୍ତ କରୁଥିଲା ତା ଅଧିକାର

ସଜୀବରୁ ନିର୍ଜୀବ,ଜ୍ଞାନରୁ ବିଜ୍ଞାନ,

ଗ୍ରହ ନକ୍ଷତ୍ର ନିଜକୁ ମଣି ଏ ବିଶ୍ଵର ସର୍ବଶ୍ରେଷ୍ଠ ଈଶ୍ୱର

ଭୂମିରୁ ଭୂମା ଯାଏ କରିଚାଲେ ଅତ୍ୟାଚାର।


ଅବଶ୍ୟ ଜ୍ଞାନ ବୁଦ୍ଧି ବଳେ ଜିଣେ ଭୂମଣ୍ଡଳ

ନାହିଁ ଆଉ ପୂର୍ବର ସେ ନିର୍ବୁଦ୍ଧିଆ ନୃବାନର

ଗଢିଛି ସିନା ଅନେକ ଧ୍ଵଂସ ସ୍ତୁପ ଅଜାଣତେ ନିଜ ପାଇଁ

ଥୋଇ ସାବ୍ୟସ୍ତ କରେ ଅଧିକାର। ଅଧିକାର ଆପେ ଆପେ ମିଳେନାହିଁ l


ସତ ନ ମିଳିଲେ ବୁଦ୍ଧି ବଳେ କରେ ସେ ଆୟତ୍ତ

ନର ହୋଇ ନାରକୀୟ ବିଭୀଷିକା ରଚେ ସୃଷ୍ଟିର ସୃଷ୍ଟିକର୍ତ୍ତାଙ୍କୁ ଭୁଲି

ସାବ୍ୟସ୍ତ କରେ ଅଧିକାର। ଆଜି ପ୍ରଳୟ ଆସିଛି ପ୍ରକୃତି

ଦାଉ ସାଧୁଛି ନାହିଁ କିଛି କରିବାର ବୁଦ୍ଧିମାନ ମଣିଷ

ହାରିଯାଇ ଭୁଲି ଯାଇଛି ସେ ତା ଅଧିକାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational