STORYMIRROR

Sahadev Behera

Abstract

4  

Sahadev Behera

Abstract

ଅଧାରହିଗଲା

ଅଧାରହିଗଲା

1 min
208


ଭାବିଥିଲି ଜୀବନର

ସବୁ ବାଟ ତମ ଇସାରାରେ

ଚାଲନ୍ତି କି ...

ଦୁଃଖ କଷ୍ଟ ପାପ ପୁଣ୍ୟ

ବୋଝର ଗଣ୍ଠୁଲି ,

ସମର୍ପି ଦେଇଥାନ୍ତି ସବୁ କିଛି ...

ମୋର ବୋଲି ଜାବୁଡି ଧରି

ଛଳନାର ଛଦ୍ମବେଶୀ

ମଣିଷଟିଏ ହେବାରୁ

ବଞ୍ଚିତ ହୋଇଥାନ୍ତି ll

ବୟସର ପୃଷ୍ଠା ସବୁ

ଓଲଟ ପାଲଟ ହୋଇଗଲା

ତମ ସେ ଇଙ୍ଗିତରେ ,

ଅଧା ରହିଗଲା

ଜୀବନର ମିଶାଣ ଫେଡାଣ

ମୋହଗ୍ରସ୍ତ ହିସାବ ଖାତାରେ ll

ସମୟର କଡ ଲେଉଟାଣି

ଭିଡି ଧରେ ଜୀଇଁବାର

କଳୁଷିତ କାଳିମାରେ

ପଙ୍କିଳ ଆସକ୍ତି,

ବିଷାଦର ଆବରଣ ତଳେ

ଲୁଚିଯାଏ ଚେତନାର ପ୍ରତିଛବି ll

ହଜିଯାଏ ମିଶିଯାଏ

ଯାହା ଥାଏ ସାଇତି

ଜଳିଯାଏ ପୂଞ୍ଜିଭୂତ ଭାଗ୍ଯଫଳ

ପାଉଁଶ  ପାଲଟି

ଶୂନ୍ଯଗଦା ହୁଏ ପୁଣି

ଜୀବନର ଭାଗ ଶେଷ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract