STORYMIRROR

Panchanan Jena

Tragedy

3  

Panchanan Jena

Tragedy

ଅଧାଦେଖା ସ୍ବପ୍ନ

ଅଧାଦେଖା ସ୍ବପ୍ନ

1 min
216

ମୋତେ ପଚାରନି

     ମୋତେ ରଗାଅନି

        ବାଧ୍ୟ କରନି ମୋତେ

କହିପାରିବିନି 

     ମନେ ବି ପଡୁନି

       ଅଳନ୍ଧୁରେ ଭରା ସତେ ।


ଲଟକିଯାଏ 

      ଅଟକିଯାଏ ସେ

       କେଉଁଠି କେଜାଣି ଭଲ।

 ଅଧାଦେଖା ସ୍ବପ୍ନ 

         ଅଧା ରହିଯାଏ

      ରାତି ପାହିଯାଏ ଝାମେଲା ।


କଳାଘୁମର ଅନ୍ଧାର 

       ଛାୟାଛନ୍ନ ରାତି

         ଛନକା ପଶେ ପ୍ରାଣେ

ଚାରିକାନ୍ଥ 

    ଚୈହଦୀରେ ବନ୍ଧା 

      ରାତ୍ରୀର ପଥିକ ମଣେ ।


ମୋଦିତ ନୟନେ 

    ମୋର ଦିଶେ 

      ଝାପସା ଝାପସା

ବାଟବଣା ହେଲା

    କିପାଁ ଆମୋଦିତ 

    ସ୍ୱପ୍ନ ମୋର ମିଶାମିଶା ।


ପାହାନ୍ତି ପ୍ରହରେ 

    ଅବାଧ୍ଯ ଉପେକ୍ଷାରେ

      ହେଲା କି ମନ ମୋର

ପୌଷ ରାତ୍ରିରେ

    କମ୍ବଳ କୋଳରେ

   ଅଘଟଣ ଘଟିଲା କି ଅଗୋଚର ।


ମନରେ କଳରୋଳ ଘଞ୍ଚ ପ୍ରଶ୍ନମାଳ

ହୃଦୟ ଅସ୍ଥିର ହିଲ୍ଲୋଳ ହଳାହଳ


ସ୍ବପ୍ନ ବି ହୋଇପାରେ 

ମଧୁରତାର ମୁର୍ଚ୍ଛନା

ଫଗୁଣିତ ସମ୍ଭାବନା

ଚଗଲା ମନର ସ୍ୱତସ୍ଫୁର୍ତ୍ତ ଆବାହନା

ଧରା ଦିଏନା କରେ ଆନମନା


ସ୍ୱପ୍ନ ବି ହୋଇପାରେ

ଭବିଷ୍ୟତପନ୍ଥି କଳ୍ପନା

ଆଗାମୀ ଦିନର ନମୁନା

ମୁଠେଇବାକୁ କିଛି ଖସରି ଯାଉଥିବା

ମୁହୂର୍ତ୍ତ ଚୁନା ଚୁନା


ସ୍ୱପ୍ନ ! ତୁମେ ଆସ କାହିଁକି ପାହାନ୍ତି ପ୍ରହରେ 

ତୁମେ ଗଜୁରି ଉଠ ଶାଳଗଜା ପରି ନିରୋଳା ମନରେ


କେବେ ମୁରୁକେଇ ଫେରି ଯାଅ ଆଉ ଥରେ ଫେରିବାର ବାର୍ତ୍ତା ଦେଇ


କେବେ ଫେରିଆସ ଆଖିର କୋଣକୁ

ଅଧାଦେଖା ସ୍ଵପ୍ନ ଦୁଇ ଧାର ଡେଇଁ ।


କାହିଁକି ହୁଏ ଏମିତି ?

କାହିଁକି ହେବ ନିତି ନିତି ?

କାହିଁକି କାହିଁକି କାହିଁକି ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy