STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

ଅଧା ଲେଖା ପ୍ରେମ କବିତା

ଅଧା ଲେଖା ପ୍ରେମ କବିତା

1 min
158

    


ତୁମ ପାଇଁ ଲେଖୁଥିଲି ମୁଁ

ଏକ ପ୍ରେମ କବିତା

ହୃଦୟରୁ ଭଲ ପାଇବାର ଭାଷା

ଅନୁଭବରୁ ଶବ୍ଦ ସବୁ ଯୋଡ଼ି

ଲାଳିତ୍ୟ ପଦର ମାଧୁର୍ଯ୍ୟ ଭରି

ରହିଗଲା ଅଧା ଲେଖା ହୋଇ

ତୁମ ରୂପ ଲାବଣ୍ୟର ବନ୍ୟା

ଅଙ୍ଗ ରଙ୍ଗର ନଈରେ

ବହି ଯାଉଥିଲା ଦ୍ରୃତ ବେଗେ

ଆଶା ସ୍ୱପ୍ନ ସବୁ

ଆବେଗତାର ସୁଅକୁ ନେଇ

ଖେଳୁଥିଲେ ଢେଉ ଢେଉକା ଖେଳ

ଦୁଇକୂଳ ଲଙ୍ଘି ପ୍ଳାବିତ

ହେଉଥିଲା ପ୍ରେମର ଅମୃତଧାରା

ସବୁ ଥିଲା କବିତାର 

ଗୋଟିଏ ଗୋଟିଏ ପଂକ୍ତି

ମୋ ଜୀବନଟା ଲାଗୁଥିଲା ମୋତେ

ଚିର ବସନ୍ତ ବସନ୍ତ

ଫୁଲମାନେ ଫଗୁଣରେ 

ଫଗୁ ରଙ୍ଗ ବୋଳି 

ହସୁଥିଲେ ମନ ଖୋଲି

ତାଙ୍କ ଓଠର ପାଖୁଡ଼ାରୁ

ଝରି ପଡ଼ୁଥିଲା ମିଠା ମିଠା ମହୁ

ଯା' ମୋ କବିତାକୁ କରୁଥିଲା

ନବ ରସେ ରସାଣିତ

ମୁଁ ହୋଇ ପଡ଼ୁଥିଲି ଆତ୍ମବିଭୋର

ତୁମେ ଦେଉଥିଲ ମୋ ମନରେ

ମାଦକତାର ଉନ୍ମାଦନା ଭରି

ସାରା ଆକାଶଟା ଲାଗୁଥିଲା ମୋତେ

ଖାଲି ରଙ୍ଗୀନ୍ ରଙ୍ଗୀନ୍

ମୁକ୍ତ ବିହଙ୍ଗ ସମ ଆମେ

ଉଡୁଥିଲୁ ଚକ୍କର୍ କାଟି 

ଆକାଂକ୍ଷାର ଢେଣାରେ ଥିଲା

ଅକ୍ଳାନ୍ତ ରହିବାର ଅମାପ ଶକ୍ତି

ଥିଲା ଆମର ଦିଗହଜା ଗତି

ଅସରନ୍ତି ଆସୁଥିଲା କବିତାର ଭାବ

ସରୁ ନ ଥିଲା ଲେଖାର ପ୍ରସଙ୍ଗ

ହଠାତ୍ କାହୁଁ ତୁମ ମନରେ

ସନ୍ଦେହର କୁହୁଡ଼ି ମାଡ଼ି ଆସିଲା

ଭରସା ବିଶ୍ଵାସକୁ ପାରିଲନି ରଖି

ଆମ ଜୀବନର ପ୍ରେମ କବିତା 

ଭୁଲ୍ ବୁଝାମଣାର ପୃଷ୍ଠାରେ

ରହିଗଲା ଅଧା ଲେଖା ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance