Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Tragedy

3  

Bijay Prusty

Tragedy

ଅଧା ବାଟରେ ଜୀବନ

ଅଧା ବାଟରେ ଜୀବନ

1 min
242



ଜୀବନର ସବୁ ଚିହ୍ନା ଜଣା ବାଟ

ଯେବେ କରୁଥିଲା ପର

ଧସେଇ ପଶିଲ ଜୀବନରେ ମୋର

ଗାଇ ପ୍ରଣୟର ସ୍ୱର I

ନିଃସ୍ୱ ଆଜି ମୁଁ ଜୀବନ ଦାଣ୍ଡରେ

କି ପାରିବି ଦେଇ କୁହ

ଅସହାୟ ହୋଇ ବସିଛି ଏକାକୀ

ଆଖିରେ ବି ନାହିଁ ଲୁହ I

ହୃଦୟକୁ ମୋର ନିଗାଡି ଦେଇଛି

ଛଳନାରେ ପାଇ ପ୍ରେମ

ଜାଣିନି କାହିଁକି ତୁମ ଖୁସି ପାଇଁ

ମୋ କରମ ହେଲା ବାମ I

ଭଲ ପାଇବାରେ ଭଲ ପାଇବା ହିଁ

ଥାଏ, ଆଉକିଛି ନାହିଁ

କାହିଁକି ଭାଙ୍ଗିଲ ହୃଦୟକୁ ମୋର

ପାରିଲନି ଥରେ କହି I

ହୃଦୟ ଦେବାରେ ଟିକିଏ ବି କିଛି

ଉଣା ମୁଁ ନଥିଲି କରି

ଦରମଲା କରି ଛାଡିଗଲ କିଆଁ

କହିଦିଅ ସତକରି I

       


Rate this content
Log in

Similar oriya poem from Tragedy