STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଅ°ଶୁଘାତ

ଅ°ଶୁଘାତ

1 min
116


ଜଳୁଛି ଓଡ଼ିଶା   ଭୂଖଣ୍ଡ ଭାରତ

    ପ୍ରଚଣ୍ଡ ରୌଦ୍ର ଉତ୍ତାପ

ବଢ଼ି ବଢ଼ି ଚାଲେ   ବିଶ୍ୱ ତାପମାତ୍ରା

      ଜଳବାୟୁ ଅନିଶ୍ଚିତ ।

ଛୁଇଁଲାଣି ମାପ    ପଞ୍ଚାଳିଶି ଡିଗ୍ରୀ

     ସେଲସିୟସ ତାପମାତ୍ରା

ଜଳୁଛି ସହର    ପଲ୍ଲୀ ଗ୍ରାମାଞ୍ଚଳ

      ଅସ୍ଥିର ଜୀବନଯାତ୍ରା ।

ପାନୀୟ ଜଳର    ଉତ୍କଟ ଅଭାବ

      ଶୁଷ୍କ ନଦୀ ଜଳାଶୟ

ରୈ।ଦ୍ର ଅ°ଶୁଘାତ   ଖେଳାଏ ଆତଙ୍କ

      ମୂର୍ଚ୍ଛା ଅପମୃତ୍ୟୁ ଭୟ ।

ଗ୍ରୀଷମ ଲହରୀ    ସହିତ ବଇରୀ

      ରଶ୍ମି ଅତି ବାଇଗଣୀ

ହୁଏ ବିକିରଣ    ମାତ୍ରାଧିକ ସ୍ତରେ

      ଜୀବନକୁ ବଡ଼ ହାନି ।

ଅ°ଶୁଘାତ ପ୍ରତି   ସତର୍କତା ଲୋଡ଼ା

      ଅନୁଚିତ ବୁଲାଚଲା

କଲେ ପରିଶ୍ରମ   ଖରା ତାତି ବେଳେ

      ହୁଏ ବାନ୍ତି ମୁଣ୍ଡବୁଲା ।

ଧୋତି ଓ ଗାମୁଛା   ଧଳା ରଙ୍ଗ ବସ୍ତ୍ର

       ପରିଧାନ ହିତକର

ଲେମ୍ବୁ ବେଲପଣା    ଦହି ସରବତ

      ପଖାଳ ଅମୃତ ତୂଲ୍ୟ ।

ପାଦରେ ଚପଲ   ମୁଣ୍ଡରେ ପଗଡି

      ପାନୀୟ ଜଳ ସହିତ

ଆବଶ୍ୟକ ଥିଲେ   ଛତ୍ର ତୋଳି ଧରି

      ନିରାପଦ ଆତଯାତ ।

ସନ୍ତୁଳିତ ରହୁ   ଉଚ୍ଚ ତାପମାନ

     ଜଳବାୟୁ ସ୍ୱାସ୍ଥ୍ୟକର

ବେଳ ଥାଉଁ ଆସ  ଲଗାଇବା ଗଛ

     କାଟିବା ନାହିଁ ଜଙ୍ଗଲ ।

      

    



Rate this content
Log in

Similar oriya poem from Inspirational