STORYMIRROR

Prafulla Chandra Mishra

Inspirational

3  

Prafulla Chandra Mishra

Inspirational

ଅଦ୍ୱିତୀୟ ଅଭିନବ ଅମ୍ଳାନ ଭାରତ

ଅଦ୍ୱିତୀୟ ଅଭିନବ ଅମ୍ଳାନ ଭାରତ

1 min
13.7K


କେଡେ ସୁରୁଚିର ଅତି ମନୋହର

ଯାହାର ତୁଳନା ନାହିଁ

ସବୁଠାରୁ ପ୍ରିୟ ସେହି ମୋର ସ୍ଵର୍ଗ

ମା'ମୋ ଜନମ ଭୁଇଁ ।।

ତିନି ଲୋକେ ସାର ଧରଣୀ ରାଣୀର

ରମଣୀୟ ଚିତ୍ର ଶୋଭା

ଅପାସୋରା ଚିତ୍ରେ ଚିତ୍ରିତ କୋମଳ

କାନ୍ତି ଅତି ମନଲୋଭା ।।

ଲତା, ଦ୍ରୁମ, ଗୁଳ୍ମ ମହୌଷଧି ମାନ

ଯତନେ କରିଛି ଠୁଳ

ବିତରି ଦେଇଛି ପୂତ ପୟୋଧର

ଆକୁମାରୀ ହିମାଚଳ ।।

ସାଇତି ରଖିଛି ଅପୂର୍ବ ସଂପଦ

ଧନରତ୍ନ ,ମଣି ଖଣି

ବିପୁଳ ବିଭବ ଅଧିକାରିଣୀ ମୋ

ଜନନୀ ଭାରତ ଭୂଇଁ ।।

ଏଠି ମିଳିଥାଏ ଆମ୍ବ,ନାରିକେଳ

ସୁଧାମୟ ମିଠା ଫଳ

ଏହା ହିଁ କେବଳ ସମ୍ଭବ ଯାହା କି

ମିଳଇ ଏଠି କେବଳ ।।

ଏଠି ମିଳେ ସ୍ନେହ ଶ୍ରଦ୍ଧା, ପ୍ରେମ, ପ୍ରୀତି

ବନ୍ଧୁ ପରିଜନ ଭାଇ

ଏପରି ପବିତ୍ର ଭୁଇଁ ବଇକୁଣ୍ଠ

ସମ ଆଉ ନାହିଁ କାହିଁ ।।

ସୀମା ହୀନ କୋଳ ଅସୀମ ସେନେହ

ପାଳେ କୋଟି କୋଟି ପ୍ରାଣୀ

ଅଭୟ ଦାୟିନୀ ଯତନେ ପାଳଇ

ଜନନୀ ମୋ ଜନ୍ମ ଭୂଇଁ ।।

ତା କୋଳେ ଜନମ ନେବାପାଇଁ ପରା

ଦେବା,ସୁର ଧ୍ୟାନେ ରତ

ହୋଇ ଜନ୍ମ ନେଇ ଅଛନ୍ତି ତା କୋଳେ

ଏହା ଯେ ବେଦ ବିଦିତ ।।

ବାରମ୍ବାର ଜନ୍ମ ନେଇ ସତ୍ୟ କର୍ମ

କରିବା ପାଇଁ ଜୀବନ

ବାରମ୍ବାର ଦେଇ ଗଢିଦିଅ ମୋତେ

ମୋହର ଏହି ଜଣାଣ ।।

ବରଂ ମୃତ୍ୟୁ ଭଳି ଚିର ସତ୍ୟ ନିତି

ଏ ପୁରରେ ବିରାଜଇ

ଜନମ ନେବି ହେ ଠାକୁରେ ତା କୋଳେ

ମରଣକୁ ଭିତ୍ତି ନାହିଁ ।।

କବି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳା ଯୋଡି , ଖୋର୍ଦ୍ଧା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational