STORYMIRROR

Antaryami Sahu

Inspirational

3  

Antaryami Sahu

Inspirational

ଅଚ୍ଯୁଦାନନ୍ଦ ଗୋବିନ୍ଦ

ଅଚ୍ଯୁଦାନନ୍ଦ ଗୋବିନ୍ଦ

1 min
197


ଅଚ୍ଯୁଦା ନନ୍ଦ ଗୋବିନ୍ଦ ହେ ପ୍ରଭୁ ପରମାନନ୍ଦ

ରାଧାକାନ୍ତ ଦୟାମୟ ଜଗବନ୍ଦନ,

ପ୍ରଣତି ତୋ ପାଦ ତଳେ ଦୟାକର ସଦା କାଲେ

ବାଙ୍କବିହାରୀ ହେ ହରି ଚକାନୟନ ।

ଯପୁଥିବି ତୋ ନାମ ତୁଣ୍ଡେ ।

ଯେତେଦିନ ଯାଏ ଜୀବ ଥିବ ଏ ପିଣ୍ଡେ । ।୧। ।

ଆନନ୍ଦ ମୟ ଶ୍ରୀ ହରୀ  ଲୀଳା ବିଗ୍ରହ ତୁମ୍ଭରି

ଲୀଳା ଖେଳା ପାଇଁ ତୁମ୍ଭ ମର୍ତ୍ତ୍ୟେ ଜନମ,

ମର୍ତ୍ତ୍ୟେ କରିବାକୁ ଲୀଳା ଆହେ ପ୍ରଭୁ ଚକାଡୋଳା

ନର ରୂପରେ ହେ ପ୍ରଭୁ ନିଅ ଜନମ ।

କେତେ କଷ୍ଟ ତୁମ୍ଭେ ସହିଛ ।

ଦୁଷ୍ଟ ନାଶି ସନ୍ଥ ପାଳି ମହୀ ସ୍ଥାପିଛ । ।୨।।

ଇଚ୍ଛଇ ମୁଁ ସଦାକାଳେ ସେବି ତୋ ପାଦକମଳେ

ଧନ୍ୟ କରିବଇଁ ମୋର ଏଇ ଜୀବନ,

ନମିଳଇ ସେହି ସୁଖ ହେ ପ୍ରଭୁ କଳା ଶ୍ରୀମୁଖ

ସଂସାର ଜଞ୍ଚାଳ ମୋର ଦହେ ପରାଣ ।

ସେହି କଷ୍ଟ ନ ପାରେ ସହି ।

ତଥାପି ମୁଁ ପଡ଼ିଅଛି ମାୟାରେ ମୋହି । ।୩।। 

ଇର୍ଷା ଯେ ଛନ୍ଦ କପଟ   ମାୟା ମୋହେ ଛଟପଟ

ବିଷୟ। ରସରେ ମାତି ଯାଉଛି ଦିନ,

ସ୍ତିରୀ ସଙ୍ଗ ରସେ ମାତି ବିତାଉଛି ଦିବାରାତି

ଜାଣିପାରେ ନାହିଁ ଆୟୂ ହେଉଛି କ୍ଷୀଣ ।

ପଡି ସେହି ମାୟା ଜାଳରେ ।

ଚିତ୍ତ ମତ୍ତି ଭ୍ରଷ୍ଟ ହୁଏ କାଳ ବଳରେ । ।୪।।

ଉଦ୍ଧତ କରି ମନକୁ   ନ ଜାଣେ ଭଲ ମନ୍ଦକୁ

ଯାହା ମନେ ଆଶେ ତାହା କରଇ ପୁଣ,

ପାଞ୍ଚ ମନମିଶି ଶେଷେ ପଚିଶ ପ୍ରକୃତି ବସେ

ଦାଉ ସାଧି ପିଣ୍ଡଟାକୁ ଦହଇ ପ୍ରାଣ ।

ସେ କଷ୍ଟକୁ ନ ପାରେ ସହି ।

ପାରିକର ଦୟାମୟ ହେ ଭାବଗ୍ରାହୀ ।।୫।।



Rate this content
Log in

Similar oriya poem from Inspirational