ଅଛୁଆଁ
ଅଛୁଆଁ


ଅଭିଶପ୍ତ ମୁଁ ନୁହଁ,
ନା' ମୁଁ କଳଙ୍କିତ,
ତଥାପି...
କାହିଁକି...
ଏ ଦୁନିଆ ଆଗରେ ମୁଁ ଘୃଣିତ ।
ଆଜନ୍ମ ନ ନଥିଲି,
ଅଛୁଆଁ ରୋଗାକ୍ରାନ୍ତ,
ତଥାପି...
କାହିଁକି...
ଦୁରେଇଦିଏ ମତେ ଏ ସମାଜ ।
ଭୁଲ୍ ଅବା କାହାର ?
ମୋର ନା' ସମାଜର !
ଜରୁରୀ ମୁହୂର୍ତ୍ତେ...
କରି ପଦଯାତ୍ରା,
ନିସ୍ୱାର୍ଥ ଜନସେବା...
କ'ଣ ଭୁଲ୍ ଥିଲା ?
ମୋ ସେବା ଥିଲା ନିସ୍ୱାର୍ଥ,
ହେଲେ...
ଏ ସମାଜ କାହିଁକି ସ୍ୱାର୍ଥପର ।
ମୁଁ ଆଜି ଠିକ୍ ନଉଛି ନିଶ୍ୱାସ,
ନାହିଁ ଆଉ ଥଣ୍ଡା କି କାଶ,
ଦେହର ଉଷ୍ମତା...
କେବେଠୁ ନରମି ଗଲାଣି,
ତଥାପି...
କାହିଁକି...
ଏ ଦୁନିଆ ଦିଏ କୁଶ୍ଚିତ ଚାହାଣୀ।
ଯୋଉ ସମାଜେ ଥିଲି...
ଅଙ୍ଗାଙ୍ଗୀ ଜଡିତ...
ସୁଖଦୁଃଖ ବାଣ୍ଟୁଥିଲି ମୋର,
କାହିଁକି...
ଦୁରେଇଦିଏ ମୋତେ ଏ ସମାଜ ।