Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Hrushikesh Satpathy

Inspirational

4  

Hrushikesh Satpathy

Inspirational

ଅଛିଣ୍ଡା ଗଣିତ

ଅଛିଣ୍ଡା ଗଣିତ

1 min
525


ଦୂରତା ଅଥବା ନୀରବତା କେବେ

ବନ୍ଧୁତା କରେନି କ୍ଷୂଣ୍ଣ !

କିଛିଦିନ ପାଇଁ ସୁପ୍ତ ହୁଏ ସିନା

ହୁଏନି କେବେ ବିବର୍ଣ୍ଣ !!


ପୁସ୍ତକ ପୃଷ୍ଠାରେ ଖୋଜିଛ କି କେବେ

ବନ୍ଧୁତ୍ୱର ପରିଚୟ ?

ବନ୍ଧୁତା ନୁହେଁ ତ ବାଲ୍ୟ ବାଲିଘର

ନାହିଁ ତା' ପାଇଁ ବିଲୟ !!


ଆତ୍ମୀୟତାପଣେ ବନ୍ଧୁଙ୍କ ହୃଦୟ

ଆପେ ହୋଇଥାଏ ବଶ !

ମୈତ୍ରୀମିଳନର ମୃଣ୍ମୟତା ଛୁଏଁ ,

ଶତ୍ରୁ ବି ହୁଏ ବିବଶ !!


ହେ ବନ୍ଧୁ ! ତୁମେ ତ ଜାଣିଅଛ ମୋତେ ,

ବୁଝିଛ ମୋ' ମନ କଥା !

ବିରହ ଦୁର୍ଗରେ ବିଛିନ୍ନ ଭାବରେ

ରହି ପାଉଅଛ ବ୍ୟଥା !!


ଦେଖି ମୁଁ ପାରୁଛି ତୁମ ଅନ୍ତରରେ

ଅବ୍ୟକ୍ତ ଆଗ୍ନେୟଗିରି !

ଉଦ୍ଗୀରଣ ପାଇଁ ଉତ୍କଣ୍ଠ , ତଥାପି

ପାରୁନି ବକ୍ଷକୁ ଚିରି !!


ଜାଣିଛି ତୁମକୁ , ଭାଙ୍ଗିଯିବ ବରଂ

କେବେ ନଇଁଯିବ ନାହିଁ !

ନ୍ୟାୟ ଆଉ ନ୍ୟାଯ୍ୟ ଅଧିକାରେ ବଞ୍ଚ ,

ଅନ୍ୟାୟେ ଭ୍ରୂକ୍ଷେପ ନାହିଁ !!


କହିବାକୁ ମୋର ଭାଷା ପାଉନାହିଁ

କିପରି କହିବି କୁହ !

ଆସୁ ପଛେ ଯେତେ ଝଡ଼ ଅବା ଝଞ୍ଜା

ସୁଖ ଓ ଶାନ୍ତିରେ ରୁହ !!


ଦେବାକୁ ତୁମକୁ କିଛି ମୁଁ ରଖିନି

ରଖିଛି ବହଳେ ଶ୍ରଦ୍ଧା !

ମୋ' ଜୀବନେ ତୁମେ ମୋ' ପ୍ରିୟ ମଣିଷ

ମୁଁ ତୁମ ଶ୍ରଦ୍ଧାରେ ବନ୍ଧା !!


ସମୟାନୁବର୍ତ୍ତୀ , ନିୟମାନୁବର୍ତ୍ତୀ ,

ନମ୍ରତା ,ଶିଷ୍ଟାଚାରିତା !

ସବୁଥିରେ ତୁମେ ବଦ୍ଧପରିକର

ଧନ୍ୟ ତୁମ ବଦାନ୍ୟତା !!


ଜାଣୁଛି ତୁମର ମୋ' ଉପରେ ଅଛି

ଅଭ୍ରଙ୍କଷ ଅଭିମାନ !

ସାକ୍ଷାତର ସ୍ରୋତ ବହି ଶୁଖିଯାଏ

ଧନ୍ୟ ନିୟତି ବିଧାନ !!


ପଦଟିଏ କଥା ହେବାକୁ ଚାହିଁଲେ

ସମୟ ଦେଉଛି ବାଧା !

ପାରିପାର୍ଶ୍ବିକତା ପ୍ରମୁଖ କାରଣ

ଜାଳୁଛି ଜୀବନ ଅଧା !!


ମୁଁ ରୁହେ ନିଜର ଜର୍ଜର ଜଞ୍ଜାଳେ

ତୁମେ ତୁମ ବଳୟରେ !

ତଥାପି ସମ୍ପର୍କ ଅଛିଣ୍ଡା ଗଣିତ

ଛିଣ୍ଡିବନି ସହଜରେ !!


Rate this content
Log in