STORYMIRROR

Prafulla Chandra Mishra

Romance

3  

Prafulla Chandra Mishra

Romance

ଅଛି ଥିବ ସବୁଦିନ

ଅଛି ଥିବ ସବୁଦିନ

1 min
259


ଜୀବନ ଯୌବନ ବୀଥିକା ଲତିକା ମଧୁମାସ ମଧୂମାଳତୀ

ମଧୁ ସଉରଭେ ତା କାନ୍ତି ବିଭାସେ ବସନ୍ତ କାଳର ବାସନ୍ତୀ

ଅଳକା ପୁରୀ ର ରୂପସୀ ସୁନ୍ଦରୀ ସମାନ ଦିଶଇ ଲଳନା

କୁଞ୍ଚିତ ନୀଳ ଘନ କୁନ୍ତଳା ବାଳା ସଜ ସରସୀଜ ଲପନା ।।


ଏମନ ଚନ୍ଦନ ବନ ରେ ଛଇଳା ଅମାନିଆଁ ମଧୁ ମଳୟ

ମନ ମରୁଭୂମେ ମରୁଦ୍ୟାନ ସାଜି ଦେଇଛୁ ସଖୀରେ ଆଶ୍ରୟ

ଏମନ‌ଆକାଶ ପ୍ରଭାତୀ ତାରକା ଶରତ୍-ଚନ୍ଦ୍ର ମଧୁ ଜୋଛନା

ଭରିଦେଇଅଛୁ ଆଶା ଅସରନ୍ତି ତୋ ପାଇଁ ନାହିଁ ରେ ଉପମା ।।


ପହିଲି ପରଶ ପହିଲି ଛୁଆଁ ମୋ ମନରୁ ଯାଇନି ପାସୋରି

ସେଦିନ ର ସେଇ ମଧୁର ମୁହୁର୍ତ୍ତ ବାଜିଥିଲା ପ୍ରେମ ବାଂଶୋରୀ

କଦମ୍ବ ବନରେ ଯେହ୍ନେ କଳାକାହ୍ନୁ ମୂରଲୀ ସ୍ଵନରେ ରାଧିକା

ତେମନ୍ତେ ତା ବାହୁ ବନ୍ଧେ ବାନ୍ଧିଥିଲା ପ୍ରଣୟବତୀ ସେ କଳିକା ।।


ପହିଲି ପ୍ରେମ ପୁଲକେ ପୁଲକିତ ସେଦିନ ମଧୁର ଲଗନ

ସ୍ନେହ ପ୍ରେମ ଶ୍ରଦ୍ଧା ଅଭୁଲା ସେ ଚିତ୍ର ଅଛି ତା ଥିବ ସବୁଦିନ ।।



સામગ્રીને રેટ આપો
લોગિન

Similar oriya poem from Romance