STORYMIRROR

ବି. ନିରୁପମା

Abstract

2  

ବି. ନିରୁପମା

Abstract

ଅଛି ସବୁ ସ୍ମୃତି ହୋଇ

ଅଛି ସବୁ ସ୍ମୃତି ହୋଇ

1 min
123


ରେବ ବୋଉ ଆଗୋ ସେଇଦିନ କଥା

ମନେ ପଡ଼ୁଅଛି ଭାରି

ଯେଉଁଦିନ ମୁହିଁ ତୁମକୁ ଦେଖିଲି

ଗାଆଁରେ ପହିଲି କରି


ଭଉଣୀ ସହିତ ବୁଲି ଆସିଥିଲ

ତୁମେ ମାମୁଁଘର ଗାଆଁ

ମଦନା ପାଖରୁ ପଚାରି ବୁଝିଲି

ତୁମରି ଠିକଣା, ନାଆଁ


ଲୁଚି ଛପି ପରା ପଛେ ଧାଉଁଥିଲି

ତୁମେ ଯାଉଥିଲ ଯେଣେ

ମୋତେ ଭାରି ଭଲ ଲାଗୁଥିଲ ଯେଣୁ

ପାସୋରୁ ନ ଥିଲି କ୍ଷଣେ


ଅପର୍ଣ୍ଣି ଆଈକୁ କେତେ କାଇଦାରେ

ମନେଇ ଚିଠିଟେ ଦେଲି

କାଳେ ଅଘଟଣ ଘଟିଯିବ ଭାବି

ଛାନିଆ ବି ହେଉଥିଲି


ସେଇ ଚିଠି ପଢ଼ି ଉତ୍ତର ଲେଖିଲ

ଛାତିରୁ ଛନକା ଗଲା

ତା' ପରଠୁ ଆମ ଭାବ ଦିଆନିଆ

ନିୟମିତ ଚାଲୁଥିଲା


ଅଚାନକ ଦିନେ ମାମୁଁଙ୍କ ହାତରେ

ପଡ଼ିଗଲା ମୋର ଚିଠି

ଭାବିଲି ନିଶ୍ଚୟ ବଡ଼ ଅଘଟଣ

ସେଇକ୍ଷଣି ଯିବ ଘଟି


ତୁମ ମାମୁଁ ମୋର ହିସାବରେ ଦାଦା

ବାପାଙ୍କୁ କହିଲେ ସବୁ

ଆଗାମୀ ତିଥିକୁ ବାହାଘର ପକ୍କା

'ସଦା' ହାତେ ଝିଅ ଦେବୁ


ତା' ପର ମାସରେ ହେଲା ବାହାଘର

ତୁମକୁ ଆସିଲି ନେଇ

ସେଇଦିନୁ କେତେ ସମୟ ଗଲାଣି

ଅଛି ସବୁ ସ୍ମୃତି ହୋଇ


ଜୀବନକୁ ମୋର ପୂର୍ଣ୍ଣ କରିଅଛ

ଦେଇଅଛ ପୁତ୍ର କନ୍ୟା

ସୁଖ ଦୁଃଖରେ ମୋ ସାଥୀ ହୋଇଅଛ

ତୁମେ ତ ଅଟ ଅନନ୍ୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract