ଅବ୍ୟକ୍ତ ଅନୁରାଗ
ଅବ୍ୟକ୍ତ ଅନୁରାଗ


ପ୍ରେମ ଗଛର ଡ଼ାଳ
ଡ଼ାଳରେ କେତେ ଫଳ
ଅନୁରାଗ ନିଶ୍ଚେ ମୂଳ
ନଥିଲେ କାହିଁ ଥଳକୂଳ
ଚୁକ୍ତିନାମା ପ୍ରେମର ବଳ
ନହେଲେ ଅବ୍ୟକ୍ତ ତା ଡ଼ାଳ
ଅନୁରାଗ ନୁହେଁ ଅନୁକମ୍ପା
ବୁଝିବାକୁ ଅଛି କି ବେଳ
ଅନୁରାଗ ନଥିଲେ ଠପ
ପାଣି ପବନ ଜଳ ସ୍ଥଳ
ବିବାହ ଗୋଳମାଳ
ଜତିପାତ ନାହିଁ କାହିଁ କାକତାଳ
ଅନୁରାଗ ଏକମାତ୍ର ବକଳ
ପ୍ରେମରେ ଥିଲେ ସଦାକାଳ
ଭୁଶୁଡିବ ନାହିଁ ଛପର ସେ ଚାଳ
ଅନୁରାଗ ଭରା ଦାମ୍ପତ୍ୟ
ଅନୁରାଗ ଭରା ସମ୍ପର୍କ ଶାଶ୍ୱତ
ଅନୁରାଗକୁ ଭୁଲ ବୁଝନା
ଏକମାତ୍ର କଳ ବଳ କୌଶଳ
ସେନେହ ସରାଗ ଅବକ୍ତ୍ୟ ଆକୁଳ
ନିଜର ରକ୍ତର କରିପାରେ ପର
ଅନୁରାଗ ବଳେ ପର ଆପଣାର
ବୁଝି ବୁଝିବାର ସମୟ ଏ ନୂଆ ସକାଳ