STORYMIRROR

Gangotri Priyadarshini

Abstract Tragedy Others

3  

Gangotri Priyadarshini

Abstract Tragedy Others

ଅବ୍ୟକ୍ତ ଅନୁଭବ ଭାଗ ୧

ଅବ୍ୟକ୍ତ ଅନୁଭବ ଭାଗ ୧

1 min
229


ଜୀବନର ଅବ୍ୟକ୍ତ ଅନୁଭବ ସବୁ

ଇଚ୍ଛା ହେଉଛି ସଜେଇ ରଖିବାକୁ ବନ୍ଦ ପୃଷ୍ଠା କେତେରେ

ଯାହା ସନ୍ଦେହ ଥିଲା ସତ ହେଇଗଲା

ଶୁଣିଲି ତୁମେ ଏହି କରୋନା ଦ୍ଵିତୀୟ ଲହରୀ ରେ

ଅଳ୍ପ ମାତ୍ରାରେ ଆକ୍ରାନ୍ତ

ଆମେ ଦୁଇଜଣ ଅଲଗା ଅଲଗା ଜାଗାରେ

ଟେଷ୍ଟ ରିପୋର୍ଟ ପଜିଟିଭ୍ ଜାଣିଲା ପରେ

ମୁଁ ନିଜକୁ ସମ୍ଭାଳି ପାରି ନଥିଲି ।


ତୁମକୁ ବୁଝାଇବାକୁ ଯାଇ ମୁଁ ଅଧୈଯ୍ୟ ହେଇ ପଡ଼ୁଥିଲି

ପାଦତଳୁ ମାଟି ଖସିଗଲା ବୋଲି ଲାଗୁଥିଲା

ମାେ ମନର ଅବସ୍ଥା ସେହି ଈଶ୍ୱରଙ୍କୁ ହିଁ ଜଣା

କିଛି କରି ପାରୁ ନଥିଲି ତୁମ ପାଇଁ ଦୂରରୁ

ଭଗବାନଙ୍କ ପାଖେ ଖାଲି ପ୍ରାର୍ଥନା କରି ଚାଲିଥିଲି

ପିଲା ମୁହଁ ଦେଖିଲା ବେଳକୁ ଭାରି ଅସହାୟ ଲାଗୁଥିଲା ।


କେତେ ଆମେ ନିଜକୁ ସୁରକ୍ଷିତ ରଖି ପାରିବା

ଆମ କଥା ଛାଡ଼ ଅଭାବି ମଣିଷ କେମିତି ବଞ୍ଚିବ

କେମିତି ସୁରକ୍ଷିତ ରଖିବ ନିଜକୁ

ଏ ଅଦୃଶ୍ୟ ଶତ୍ରୁକୁ ନିଜ ଠାରୁ ଦୂରେଇବା କଷ୍ଟସାଧ୍ୟ

ମାତ୍ର ଅସମ୍ଭବ ନୁହେଁ

ନିରାଟ ସତ କଥା

ଦୁଇ ଗଜ ଦୂରତା ରକ୍ଷା

ମନେ ରଖିବା ସଫା ରଖିବା

ନିଜ ଜୀବନ ସହ ଅନ୍ୟ ଜୀବନକୁ ଦେବା ସୁରକ୍ଷା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract