Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Children

4  

Arjuni charan Behera

Children

ଅବୁଝା ରାଜାକୁ ପାଳବିଣ୍ଡା ମନ୍ତ୍ରୀ

ଅବୁଝା ରାଜାକୁ ପାଳବିଣ୍ଡା ମନ୍ତ୍ରୀ

1 min
311


ସିସିଲି ଦ୍ବୀପରେ ନଗ୍ର ନାମ ସିରାକ୍ୟୁଜ l

ହିରୋ ବୋଲି ରାଜା ତହିଁ କରୁଥିଲେ ରାଜ ll


ଅବୁଝା ରାଜା ସେ ଦିନେ କଲେ ଏକ କୁଟ l

ବଣିଆଁ ଡାକି ଗଢ଼ିଲେ ଗୋଟିଏ ମୁକୁଟ ll


ଯଥା କାଳେ ମୁକୁଟକୁ ସୁବର୍ଣ୍ଣେ ନିର୍ମାଣି l

ରାଜାଙ୍କ ପାଖେ ତାହାକୁ ସମର୍ପିଲା ଆଣି ll


ସୁନ୍ଦର ମୁକୁଟ ଦେଖି ରାଜାହେଲେ ଖୁସି l

ଅଜବ ଚିନ୍ତା ରାଜାଙ୍କ ମୁଣ୍ଡେ ଗଲା ପଶି ll


ନିଶ୍ଚେ ସୁବର୍ଣ୍ଣ ଶୁଦ୍ଧତା ପରଖିବି ମୁହିଁ l

ମାତ୍ର ସୁବର୍ଣ୍ଣ ମୁକୁଟ ଭଗ୍ନ ହେବ ନାହିଁ ll


ଅବୁଝା ରାଜାକୁ ତାଙ୍କ ପାଳବିଣ୍ଡା ମନ୍ତ୍ରୀ l

କଥାକୁ ସରବେ ନେଇହେଲେ ଘଣ୍ଟାଘଣ୍ଟି ll


ଘୋଷଣା କରିଲେ ଦେଶେ ତହୁଁ ତତକ୍ଷଣି l

ପୁରସ୍କାର ଘେନ ଜ୍ଞାନୀ ଏ କଥା ପ୍ରମାଣି ll


ସେ ଦେଶରେ ଥିଲେ ଏକ ସୁଜ୍ଞାନୀ ପାଗଳ l

କଥା ଶୁଣି ମୁଣ୍ଡ ତାଙ୍କ ହେଲା ଗୋଳମାଳ ll


ମୁଣ୍ଡେ ଥାଏ ଏହି କଥା ଦିନେ ସ୍ନାନ ପାଇଁ l

ସ୍ନାନ କୁଣ୍ଡକୁ ଡେଇଁଲେ ଉଲଗନ ହୋଇ ll


ଶରୀର ଓଜନେ ତାଙ୍କ ଜଳ ବହିଗଲା l

କେ ଜାଣେ କି ବୁଦ୍ଧି ତାଙ୍କ ମୁଣ୍ଡକୁ ଯୁଟିଲା ll


ପ୍ରାସାଦକୁ ଦୋଉଡ଼ିଲେ ବାଟେ ଡେଇଁଡେଇଁ l

ଲୋକେ ହସୁଥିଲେ ଦେଖି ଠୋଠୋହୋଇ ll


ମୁଖରେ ସେ କହି କହି ୟୁରେକା ୟୁରେକା l

ଲଙ୍ଗଳା ହୋଇ ଦୌଡ଼ନ୍ତି ପାଗଳ ପ୍ରାୟେକା ll


ରାଜନେ କହିଲେ ଯାଇ ଭାସମାନ ତତ୍ତ୍ୱ l

ସେ ତତ୍ତ୍ୱେ ସୁନା ଶୁଦ୍ଧତା ହେଲା ପ୍ରମାଣିତ ll


ଗୁଣିଜନେ ଏହା ଦେଖି ହୋଇଲେ ଚକିତ l

କିଏ ସେହି ପାଗଳ ଯେ ବଖାଣିଲା ତତ୍ତ୍ୱ ll


ଗଣିତଜ୍ଞ ଆର୍କିମେଡିସ ଭୌତିକ ବିଜ୍ଞାନୀ l

ଆଜି ଯାଏ ଗୁଣ ତାଙ୍କ ବିଶ୍ୱ ହୁଏ ଗୁଣି ll



Rate this content
Log in

Similar oriya poem from Children