STORYMIRROR

Satyabati Swain

Children Stories

3  

Satyabati Swain

Children Stories

ମାଆ କୁହନ୍ତି ହିତ

ମାଆ କୁହନ୍ତି ହିତ

1 min
201

ପୁଅକୁ କୋଳରେ ବସାଇ

ମାଆ କୁହନ୍ତି ହିତ

ଜଗି ରଖି ବାବୁ ଚଳିବୁ

ସମୟ ଭଲ ନୁହେଁ ତ ।


ତୋ ଉପରେ ପଡି ଝିଅ ପିଲାଏ

ତୋତେ କରିବେ କାବୁ

ପଣସ ଖାଇ ଅଠା ତୋ ମୁଣ୍ଡେ

ତାଙ୍କ ଡାଡ୍ ପରା ବଡ଼ ବାବୁ ।


ଠୁଙ୍କି ଦେବେ କେତେ ଧାରା

କେସ୍ ଦେଇ ନାଆଁ ରେ

ମୁକୁଳି ନ ପାରି ଧନରେ

ଆତ୍ମହତ୍ୟା କରିବୁ ଜେଲ୍ ରେ।


ଏଣୁ କହୁଛନ୍ତି ରାଜା ମୋ

ଏଇ କଥା ମାନିବୁ

ଝିଅ ନିଆଁ ଦେଖି କେବେରେ

ପତଙ୍ଗ ନ ସାଜିବୁ।।


ନିଜ ବୟସ ଉପରେ ବାବୁ

ରଖିବୁ ସଦା କାବୁ

ପର ଝିଅଙ୍କୁ ତୋ ନିଜ ମାଆ

ଭଉଣୀ ଭାବୁଥିବୁ।


ନାରୀ ନାରାୟଣୀ ଧନରେ

ଯଦି ଦେବୁ ସମ୍ମାନ

ଭଲ ପିଲା ଭାବେ ଗଣା ହେବୁ

ଈଶ୍ୱର ହେବେ ପ୍ରସନ୍ନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍